November 22, 2024

ଏମିତି ପୁଅ କୋଉ ବାପମାଆଙ୍କୁ ନମିଳୁ !

Share

ଏମିତି ପୁଅ କୋଉ ବାପମାଆଙ୍କୁ ନମିଳୁ !
===++++++++++++++===
ତିର୍ତ୍ତୋଲ :-ଚାଲି ଶିଖି ନଥିବା ପୁଅକୁ ଛୋଟରୁ ବଡ କରିବାକୁ କେତେଯେ ଯତ୍ନ ନେବାକୁ ପଡେ ତାହା କେବଳ ସେଇ ଦମ୍ପତ୍ତି ଜାଣନ୍ତି ଯିଏ ପିଲାଟିକୁ ଜନ୍ମଦେଇଥାନ୍ତି ! ଜଣେ ଜନ୍ମଦାତାକୁ ଆମ ପ୍ରତିନିଧି ଭେଟିଥିଲେ ଅତି ଆକସ୍ମିକ ଭାବେ, ତାହା ପୁଣି ଅସହାୟ ଅବସ୍ଥାରେ ! କୋହଭରା କଣ୍ଠରେ କହିଥିଲେ ଚାରିଟା ପୁଅଙ୍କୁ ଜନ୍ମ ଦେଇଥିବା ବାପା ! “ଚାରିଟା ପୁଅଙ୍କୁ ଜନ୍ମ ଦେଇଥିଲି ଚାରି କାନ୍ଧରେ ମଶାଣି ଯିଵିବୋଲି ! ଦୁଃଖ ଭୁଲି ଯାଇଥିଲି ଯେ,ପରିଣତ ବୟସରେ ଚାରି ବୋହୁଙ୍କର ସେବା ପାଇବି ବୋଲି ! ଚାରିପୁଅଙ୍କୁ ଚାରି ଧାମ ବୋଲି ମନେ କରିଥିଲି ! କିନ୍ତୁ ଗୋଟିଏ ବି ପୁଅ ମୋତେ ନିଜର ବୋଲି ଭାବି ପାଖରେ ରଖି ପାରିଲେନି ! ଗାଆଁ ର ଅପରିଚିତ ବ୍ୟକ୍ତିଙ୍କ ଦାଣ୍ଡ ପିଣ୍ଢା ଏବେ ମୋର ଆଶ୍ରୟ ସ୍ଥଳ ! ବୟସ ସତୁରି ଉପରେ ! ଚାଲି ପାରୁନି ବୋଲି ଗାଆଁ ଲୋକେ ଯିଏ ଯେତେବେଳେ ଯାହା ଦିଅନ୍ତି ତାହାକୁ ଖାଇ ସେଇଠି ଶୀତକାକର ସହି ପଡ଼ିରହିଛି ! ସବୁଥାଇ କିଛି ବି ନାହିଁ ! ଛିଣ୍ଡା ବିଛଣା ଛିଣ୍ଡା ଲୁଗାରେ ବିତୁଛି ଜୀବନ !ପୁଅଟିଏ ପାଇବି ବୋଲି ଦିଅଁଦେବତାଙ୍କୁ କେତେ ପୂଜା ମନାସି ଥିଲି ! ଚାରିଚାରିଟା ପୁଅ ପାଇ ଗର୍ବରେ ଛାତି ଫାଟିପଡୁଥିଲା ! ଉପରବାଲା ମୋ ପୂଜାରେ ଖୁସୀ ଅଛନ୍ତି ବୋଲି ଭୋଗଲାଗି କଲି ! ପୂଜାମେଳା ରେ ସାହି ପଡିଶା ବନ୍ଧୁ ବାନ୍ଧବ ଙ୍କୁ ଲୋଡି ଭୋଜି କରିଲି ! କାହାର ଗୋଟିଏ ପୁଅ ହେଉନି, ମୋର ଚାରିଟା ପୁଅ ! ଖୁସିରେ ଆମେ ସ୍ୱାମୀ ସ୍ତ୍ରୀ ପିଲା ମାନଙ୍କ ପାଇଁ କଣ ନକରିଛୁ ? ସବୁ ସ୍ୱାର୍ଥବାଦୀ ହେଇଗଲେ ! ବଡ ମଝିଆଁ ପୁଅ ଅବସରପ୍ରାପ୍ତ ମିଲିଟାରୀ ଚାକିରିଆ , ସାନ ପୁଅ ବହାରାଜ୍ୟରେ କମ୍ପାନୀ ଚାକିରୀ କରେ ! ସାନ ମଝିଆଁ ଗାଁ ଛାଡି ଅଲଗା ରହୁଛି ! କେତେବେଳେ କେମିତି ବଡ ପୁଅ ଗଣ୍ଡାଏ ଖାଇବାକୁ ଦିଏ !” କଥା କହି ପାରୁ ନଥିବା ଜଣେ ସତୁରି ବର୍ଷର ବୃଦ୍ଧଙ୍କର ହୃଦୟ ବିଦାରକ ଜୀବନ କାହାଣୀ !ଖବର ମୁତାବକ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ଅଧୀନ ଦଣ୍ଡମୀର ଗ୍ରାମର ବାଉରୀବନ୍ଧୁ ଗୋଛାୟତ ଆଜକୁ ବର୍ଷେ ପାଖାପାଖି ହେବ ପୁଅ ବୋହୁଙ୍କ ଠାରୁ ବିତାଡିତ ଜୀବନ ଅତିବାହିତ କରୁଛନ୍ତି ! ଏହି ଖବର ପ୍ରସାରଣ ପରେ ଯେବେ କେହି ସହୃଦୟ ସ୍ୱେଚ୍ଛାସେବୀ ସଂଗଠନ ଏହି ବୃଦ୍ଧଙ୍କର ସହାୟତା କରନ୍ତି ତେବେ ପରିଣତ ବୟସରେ ଉପଯୁକ୍ତ ଯତ୍ନ ନିଆଯାଇ ପାରନ୍ତା ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !