ସକାଳର ଖବର,

*╭───────────────────╮*
*🌄ସକାଳର ଖବର, ୧୪-ଜୁଲାଇ-୨୦୨୩, ଶୁକ୍ରବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ।
➡️୨-ଆଜି ଫ୍ରାନ୍ସର ଜାତୀୟ ଦିବସ ‘ବାଷ୍ଟିଲ୍ ଡେ ପ୍ୟାରେଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏଥିପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଥିଲେ।
➡️୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରାଳୟ ଫ୍ରାନ୍ସଠାରୁ ୨୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପ୍ରସ୍ତାବକୁ ମିଳିଲା ମଂଜୁରି l
➡️୪-ବହୁ ବାଦ ବିବାଦ ପରେ ପରିମଳ ସେବା ପାଇବା ପାଇଁ ଏଥର ରାଜଧାନୀବାସୀ ଗଣିବେ ଟିକସ l
➡️୫-ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍ର ୧୦ ଗୋଟି ପଞ୍ଚାୟତ ହେବ ଅନ୍ତର୍ଭୁକ୍ତ , ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ହେଲା ବୃଦ୍ଧି l
➡️୬-ଏଣିକି ୨ହେକ୍ଟର ବା ୫ଏକର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କୁ ଶସ୍ୟ ବୀମା ପ୍ରିମିୟମ ଆଉ ଦେବାକୁ ପଡ଼ିବ ନାର୍ହି । ରାଜ୍ୟ ସରକାର ଭରିବେ ‘ଫସଲ ବୀମା’ର ପ୍ରିମିୟମ ଟଙ୍କା l
➡️୭-ରାଜଧାନୀର ଘର ମାଲିକ ସାବଧାନ୍ ! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ ।
➡️୮-ରାଜ୍ୟରେ ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ।
➡️୯-ନନ୍ଦନକାନନର ୩୧ନମ୍ବର ଖିଆଡ ରେ ରହୁଥିବା ୧୮ବର୍ଷର ସାଧାରଣ ରଙ୍ଗର ବାଘୁଣୀ ସାରା ରକ୍ତ ହୀନତାପାଇଁ ଦୁର୍ବଳ ହୋଇ ହେଲା ଅସୁସ୍ଥ l
➡️୧୦-ତିନି ମାସ ଭିତରେ ସରିବ ଅନୁଭବ-ବର୍ଷା ମାମଲାର ଶୁଣାଣି l ଜୁଲାଇ ୩୧ରେ ବର୍ଷାଙ୍କ ଜେରା ସଂପୂର୍ଣ୍ଣ ହେବ। ଲଗାତାର ୨ ଘଣ୍ଟା ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଜେରା କରାଯାଇ ପାରିବ।
➡️୧୧-ହାଇକୋର୍ଟରେ ବଢୁଛି ମାମଲା ଫଏସଲା ହାର: ଚଳିତ ବର୍ଷ ପ୍ରଥମ ୬ ମାସରେ ହେଲା ୬୨ ହଜାର ୮୬୯ ମାମଲା ଫଏସଲା l
➡️୧୨-ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ହେଲା ନୋଟିସ୍ l
➡️୧୩-ଯମୁନା ନଦୀ ଯୋଗୁଁ ଭାସିଲା ଦିଲ୍ଲୀ, ୧୨ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ, ରବିବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ହେଲା ବନ୍ଦ l
➡️୧୪-ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ହେଲା ରାଜି l ପାକିସ୍ତାନକୁ ୧୨୦ କୋଟି ଡଲାର କଲା ପ୍ରଦାନ l
➡️୧୫-ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ପୁଣି ଏକ ମାଇଲଖୁଣ୍ଟ କଲା ହାସଲ l ଗତକାଲି କାରବାର ସମୟରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୬୬,୦୦୦ ପଏଣ୍ଟ୍ ଅତିକ୍ରମ କରିଥିଲା l
➡️୧୬-ପୂର୍ବତନ ଆମେରିକା ଜେନେରାଲଙ୍କ ଦାବି: ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗ୍ନର ମୁଖ୍ୟଙ୍କ ହେଲା ମୃତ୍ୟୁ l
➡️୧୭-ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେ ସ୍ଥିତ ଏକ ଫିଲିଂ ଷ୍ଟେସନ୍ ହେଉଛି ପୃଥିବୀରେ ବୃହତ୍ତମ। ଗତ ମାସ ୨୬ ତାରିଖରେ ବକ୍-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା କଲା ହାସଲ l
➡️୧୮-ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପଦାର୍ପଣ ମ୍ୟାଚ୍ରେ ଦମ୍ ଦେଖାଇଲେ ଯଶସ୍ଵୀ ଜୟସଓ୍ଵାଲ୍ l ଶତକ ହାସଲ କରି ରଚିଲେ ଇତିହାସ l ୱେଷ୍ଟଇଣ୍ଡିଜ ୧୫୦, ଭାରତ ୨୪୫/୨ l
➡️୧୯-ICCର ଐତିହାସିକ ଘୋଷଣା, ଏଣିକି ଉଭୟ ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ ପୁରସ୍କାର l
➡️୨୦-ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୭୦୦ ଅନ୍ତର୍ଜାତୀୟ ୱିକେଟ ପୂରଣ କଲେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବିଶ୍ୱ ଶିମ୍ପାଜି ଦିବସ ll*
*🔅ଆଜି ସାର୍କ ସଚେତନତା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ନଗ୍ନ ଦିବସ ll*
*🔅ଆଜି ଫ୍ରାନ୍ସର ଜାତୀୟ ଦିବସ (ବଷ୍ଟିଲ୍ ଡେ) ll*
*🔅ଆଜି ବିଶ୍ୱ କବାବ ଦିବସ ll*
*🔅ଆଜି ବିଶ୍ଵାବ୍ୟାପି କଳା ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*