March 8, 2026

ଦୁଇମାସ ପରେ ଉଠିଛି କଟକଣା, ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ପାରାଦୀପ ମାଛଧରା ବନ୍ଦର

IMG-20250614-WA0083
Share

ଦୁଇମାସ ପରେ ଉଠିଛି କଟକଣା, ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ପାରାଦୀପ ମାଛଧରା ବନ୍ଦର l ଚାଲିଛି ବରୁଣ ଦେବଙ୍କୁ ଆବାହନ, ହୋମଯଜ୍ଞ, ବ୍ରାହ୍ମଣ ଙ୍କ ବେଦପାଠ ରେ ପ୍ରକମ୍ପିତ ହେଉଛି ମାଛଧରା ବନ୍ଦର l ସମସ୍ତ ବୋଟ ମାଲିକ ବରୁଣ ଦେବତାଙ୍କ ପୂଜାର୍ଚନାରେ ବ୍ୟସ୍ତ ରହିଥିବା ବେଳେ ବୋଟରେ ଜାଲ ଠାରୁ ଆରମ୍ଭ କରି ବିଭିନ୍ନ ଅନୁସଙ୍ଗିକ ସାମଗ୍ରୀ ପ୍ରସ୍ତୁତି ରେ ଲାଗିପଡିଛନ୍ତି ମତ୍ସ୍ୟଯିବି l ଆଶା ଏଥର ହେବ ଭଲ ମାଛ,ଦୁର୍ଦିନ ରେ ଗତି କରୁଥିବା ମତ୍ସ୍ୟଶିଳ୍ପ ହେବ ପରିବର୍ତ୍ତନ, ଲାଭବାନ ହେବେ ମାଲିକ ଓ ମତ୍ସ୍ୟଯିବି..

ଦୁଇମାସ ଧରି ଶାନ୍ତ ପଡ଼ିଥିବା ପାରାଦୀପ ର ମାଛଧରା ବନ୍ଦର ହୋଇଉଠିଛି ଚଳଚଞ୍ଚଳ l ସମସ୍ତ ମତ୍ସ୍ୟଯିବି ଓ ବୋଟ ମାଲିକ ନିଜର ପ୍ରଥମ ଫିସିଙ୍ଗ ପାଇଁ ଚଳାଇଛନ୍ତି ପ୍ରସ୍ତୁତି l ଏ ନେଇ ତିନିଦିନ ଧରି ମାଛଧରା ବନ୍ଦରରେ ଚାଲିଛି ବରୁଣଦେବ ଙ୍କ ଆବାହନ l ସମୁଦ୍ର ର ଦେବତା ହେଉଛନ୍ତି ବରୁଣଦେବ,ଏହା ସହିତ ବରୁଣ ଦେବଙ୍କୁ ଆବାହନ କଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି ବିଶ୍ୱାସ ରହିଛି l ବର୍ଷର ପ୍ରଥମ ଫିସିଙ୍ଗ ପୂର୍ବରୁ ସମସ୍ତ ମାଲିକ ଓ ମତ୍ସ୍ୟଯିବି ମାନେ ମିଳିତ ହୋଇ ବରୁଣ ଦେବଙ୍କୁ ଆବାହନ କରି ସମୁଦ୍ରକୁ ଓହ୍ଲାଇଥାନ୍ତି ମାଛ ଧରିବା ପାଇଁ l ଏହା ସହିତ ବିଶ୍ୱାସ ରଖିଛନ୍ତି ଏ ବର୍ଷ ଭଲ ମାଛ ହେବ,ଦୁର୍ଦିନରେ ଗତି କରୁଥିବା ମତ୍ସ୍ୟଶିଳ୍ପ ର ପ୍ରଗତି ହେବ l ଅନେକ ସମସ୍ୟା ଦେଇ ଗତି କରୁଛି ପାରାଦୀପ ର ମତ୍ସ୍ୟଶିଳ୍ପ l ନେହେରୁବଙ୍ଗଳା ମାଛଧରା ବନ୍ଦରରୁ ସମୁଦ୍ରକୁ ଯିବାର ପ୍ରମୁଖ ପଥ ପାଲଟିଥିବା ମହାନଦୀ ମୁହାଣ ପୋତି ହୋଇଯିଵା କାରଣରୁ ଅନେକ ସମୟରେ ଘଟୁଛି ଦୁର୍ଘଟଣା, ଏଥିରେ ଧନ, ଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ପ୍ରଶାସନ କୁ ବାରମ୍ବାର ଏ ନେଇ ଅବଗତ କରିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ l ଯାହାକୁ ନେଇ ଅନେକ ବର୍ଷ ହେବ ଚାଲିଥିବା ପ୍ରୟାସ ପ୍ରାୟତଃ ସଫଳ ହେବାକୁ ଯାଉଛି, ଆଗାମୀ ଶୀତରିତୁ ରେ ପାରାଦୀପ ବନ୍ଦର ତରଫରୁ ମହାନଦୀ ମୁହାଣ ଖନନ କରାଯିବା ନେଇ ସୂଚନା ମିଳିଛି l ଯାହାକୁ ନେଇ କିଛି କାଂଶ ରେ ମତ୍ସ୍ୟଯିବି ଓ ବୋଟ ମାଲିକ ଆଶ୍ୱସ୍ତ ହୋଇଥିବା ପ୍ରଥମ ଫିସିଙ୍ଗ ପାଇଁ ସମସ୍ତ ମତ୍ସ୍ୟଯିବି ମାନଙ୍କ ସହିତ ବୋଟ କୁ ମେଲାଣି ଦେବା ସେମାନଙ୍କ ସୁରକ୍ଷା ପାଇଁ ବରୁଣଦେବ ଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ସମସ୍ତ ବୋଟ ମାଲିକ l

ବର୍ଷକ ରେ ବାରମାସ ମଧ୍ୟରୁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା, ଲଘୁଚାପ କୁ ନେଇ ପାଖାପାଖି ଚାରିମାସ ସମୁଦ୍ର ମଧ୍ୟରେ ଫିସିଙ୍ଗ କରିବାର ସୁବିଧା ମିଳିଥାଏ l ହେଲେ ପାରାଦୀପ ରେ ରହିଥିବା ବିଭିନ୍ନ ଶିଳ୍ପସଂସ୍ଥା ରୁ ନିର୍ଗତ ହେଉଥିବା ବିଷାକ୍ତ ରାସାୟନିକ ବର୍ଜ୍ୟଜଳ କାରଣରୁ ପାରାଦୀପ ଉପକୂଳରୁ ମାଛବଂଶ ଲୋପ ପାଇବାରେ ଲାଗିଛି l ଯାହାକୁ ନେଇ ଅନେକ ମାଇଲ ଦୂର ଗଭୀର ସମୁଦ୍ରକୁ ଯିବାକୁ ପଡୁଛି ମାଛ ଧରିବା ପାଇଁ l ଯାହା ଫଳରେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଟ ମାଲିକ l ଗୋଟିଏ ପଟେ ମୁହାଣ ମୁହଁ ଚିନ୍ତା ବଢାଇଥିବା ବେଳେ ଡିଜେଲ ର ଅହେତୁକ ମୂଲ୍ୟବୃଦ୍ଧି, ବରଫ ସହିତ ବିଭିନ୍ନ ଅନ୍ୟସଙ୍ଗିକ ସାମଗ୍ରୀ ର ଦରବୃଦ୍ଧି ମାଲିକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି l ଡିଜେଲ ସବସିଡି ସହିତ ମତ୍ସ୍ୟଯିବିଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ତରଫରୁ ଅନେକ ଦାବି କରାଯାଇଥିବା ବେଳେ ଏହାର କିଛି ସୁଫଳ ମିଳୁ ନ ଥିବା ନେଇ ଅଭିଯୋଗ ଆଣିଛନ୍ତି ଓମ୍ଫା ର ସଦସ୍ୟ l ଯଦି ସରକାର ମତ୍ସ୍ୟଯିବି ମାନଙ୍କ ଏହି ପ୍ରମୁଖ ଦାବିକୁ ମାନିବାରେ ବିଳମ୍ବ କରନ୍ତି ତେବେ ଆଗାମୀ ଦିନରେ ମତ୍ସ୍ୟଶିଳ୍ପ କୁ ଭରଷା କରି ପରିବାର ପ୍ରତିପୋଷଣ କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଯିବି ନିଜର ରୋଜଗାର ହରାଇବେ ବୋଲି କହିଛନ୍ତି ଓମ୍ଫା ର ସଭାପତି ଶ୍ରୀକାନ୍ତ ପରିଡା l

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷର ମାଛବଂଶ ବୃଦ୍ଧି ପାଇଁ ଦୁଇମାସ ର କଟକଣା ଶେଷ ହୋଇଥିବା ବେଳେ ବରୁଣ ଦେବଙ୍କୁ ଆବାହନ କରି ସମୁଦ୍ରକୁ ମାଛ ଧରିବାକୁ ବାହାରିଛନ୍ତି ସମସ୍ତ ବୋଟ l ଏଥର ଭଲ ମାଛ ହେବ ଓ ମତ୍ସ୍ୟଯିବି ମାନେ ସୁରକ୍ଷିତ ରହିବାକୁ ପୂଜାର୍ଚନା ଚାଲିଥିବା ବେଳେ ସମସ୍ତ ଙ୍କ ମଙ୍ଗଳପାଇଁ ବରୁଣ ଦେବ ସାହାହେବେ ବୋଲି ବିଶ୍ବଶାନ୍ତି ମହାଜଜ୍ଞରେ ବରୁଣ ଦେବଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ସମସ୍ତ ବୋଟ ମାଲିକ l. (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )