March 8, 2026

ଆକ୍ସନ ମୋଡ଼ରେ ସୋର ତହସିଲଦାର, ପୁଣି ୫ ଟି ବେଆଇନ ବାଲି ଗାଡ଼ି ଜବତ,

IMG-20250614-WA0056
Share

 

ସୋର( ଦେବାଶିଷ ଦାଶ )

ପୁଣି ଆକ୍ସନ ମୋଡ଼ରେ ସୋର ତହସିଲଦାର ଦୈତାରି ମଲ୍ଲିକ। କିଛିଦିନ ପୂର୍ବରୁ ୧୯ ଟି ବେଆଇନ ବାଲିଗାଡି ଜବତ କରି ଚର୍ଚ୍ଚାରେ ଥିବା ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଆଜି ସକାଳେ ୫ ଟି ବେଆଇନ ବାଲି ବୋଝେଇ ଗାଡି ଜବତ କରିଛନ୍ତି। ଯାହାକୁ ନେଇ ବାଲିମାଫିଆଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ଆଜି ଭୋର ସମୟରେ ସୋର ତହସିଲଦାର ଦୈତାରି ମଲ୍ଲିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ଗାଡ଼ି ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ୫ଟି ବାଲି ଗାଡି ବେଆଇନ ଭାବେ ବାଲି ଚାଲାଣ କରୁଥିବାରୁ ଗାଡ଼ି ଗୁଡିକୁ ଜବତ କରାଯାଇଥିଲା। ଗୋଟିଏ ବାଲିବୋଝେଇ ଗାଡି ଫେରାର ହୋଇଯାଇଥିବା ବେଳେ ଅନେକ ଗାଡି ରାସ୍ତାରେ ବାଲି ଢାଳି ପଳାଇଥିଲେ। ଜବତ ଗାଡିକୁ ସୋର ତହସିଲ ଓ ସୋର ଥାନାରେ ରଖାଯାଇଥିବା ବେଳେ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଜବତ ଗାଡି ଗୁଡିକରୁ ଫାଇନ ଆଦାୟ ପରେ ଛଡା ଯିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି।