March 10, 2026

ସମୟରେ ଗୁଣୁପୁର ସ୍ଥିତ ଶବର ସାଂସ୍କୃତିକ ସଙ୍ଘ ଗୃହରେ ସଙ୍ଘ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ

IMG-20240614-WA0012
Share

   ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ତା.୧୪.୦୬.୨୦୨୪ ପୂର୍ବାହ୍ନ ଘ.୧୦.୦୦
ସମୟରେ ଗୁଣୁପୁର ସ୍ଥିତ ଶବର ସାଂସ୍କୃତିକ ସଙ୍ଘ ଗୃହରେ ସଙ୍ଘ କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ବସିଥିଲା। ବୈଠକ ଆରମ୍ଭରେ ଆମର ଜଣେ ଲୋକପ୍ରିୟ ଆଦିବାସୀ ନେତା ଶ୍ରୀ ମୋହନ ଚରଣ ମାଝି ଓଡ଼ିଶାର ପଞ୍ଚଦଶ ମୁଖ୍ୟ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବାରୁ ସଭାସଦମାନେ ଖୁସି ଜାହିର କରିବା ସହିତ କରତାଳି ଦେଇ ସ୍ୱାଗତ କରିଥିଲେ। ପରବର୍ତ୍ତୀ ଆଲୋଚନା ପ୍ରସଙ୍ଗରେ ଆଗାମୀ ତା.୧୬.୦୬.୨୦୨୪ ରବିବାର ଦିନ ସଉରା ଲିପିର ସ୍ରଷ୍ଟା ସ୍ୱର୍ଗତ ମାଙ୍ଗେଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ବିଚାର ବିମର୍ଶ କରାଯାଇଥିଲା ଏବଂ ଏଙ୍ଗେର୍ବା କମିଟିର ଅନୁରୋଧ କ୍ରମେ ଏଥର ଏ କାର୍ଯ୍ୟକ୍ରମ ଏସ.ପି.ମାଙ୍ଗେଇ ଆଶ୍ରମ ପରିସରରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଆଗକୁ
ଶବର ସଙ୍ଘ କୁ ସୁଦ୍ରୃଢ କରିବା ପାଇଁ
ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକ ରେ ସଙ୍ଘ ର ସଭାପତି ଶ୍ରୀ ଚକ୍ରପାଣି ଶବର, ଉପ ସଭାପତି ଶ୍ରୀ ଆରସୀ ଶବର,ସମ୍ପାଦକ ଶ୍ରୀ ବଳରାମ ଶବର,ଉପ ସମ୍ପାଦକ ଶ୍ରୀ ବିଦ୍ୟା ଧର ଶବର, କୋଷାଧ୍ୟକ୍ଷ ଶ୍ରୀ କାର୍ତ୍ତିକ ଶବର, ଲୋକନାଥ ଶବର, ସୁଦାମ ଶବର,ଯୁଗଳ ଶବର,ଫାଲ୍ ଗୁନୀ ଶବର,ବିକ୍ରମ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।