July 8, 2024
Share

➡️୧-ଆଜି ପହିଲି ରଜ l ସ୍ନେହ ଶ୍ରଦ୍ଧା,ଭାଇଚାରା, ମଉଜ ମଜଲିଶ ଓଡ଼ିଆ ର ପର୍ବ ରଜ। ଗାଁ ଠୁଁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ, ପିଠାପଣା, ନାଚ ଗୀତ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି, ରଜପାନ ଖାଇ ଦୋଳି ଖେଳିବେ ସମସ୍ତେ ।

➡️୨-ଖୁବଶୀଘ୍ର ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ସ୍କୁଲରେ ଲାଗିଥିବା ୫ଟି ବୋର୍ଡ l ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ l

➡️୩-ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନରେ ସରିବ ଅଣସର ନିତି । ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ପଡୁଛି ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ହେବ ଶେଷ ।

➡️୪-ବଦଳିଲା ବର୍ଷ ବର୍ଷର ପରମ୍ପରା, ଅତିଥି ଭବନ ପାଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ l ସେହିପରି ୟୁନିଟ୍-୬ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନୂଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହୋଇପାରେ l

➡️୫-ଜୁନ୍ ୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଓ ୧୯ ତାରିଖରେ ଶପଥ ନେବେ ନୂଆ ବିଧାୟକ । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ ଏବେ ପାଇଁ କାମଚଳା ବାଚସ୍ପତି ।

➡️୬-ଲୋକ ସଭା ସ୍ପିକରଙ୍କୁ ନେଇ ସସପେନ୍ସ ହେଲା ଶେଷ, ୨୬ଜୁନରେ ଅନୁଷ୍ଠିତ ହେବ ନିର୍ବାଚନ ।

➡️୭-ଜି-୭ ସମ୍ମିଳନୀ ପାଇଁ ଇଟାଲି ଗସ୍ତରେ ମୋଦୀ: ଫୋକସ୍‌ରେ ଇସ୍ରାଏଲ, ୟୁକ୍ରେନ ଯୁଦ୍ଧ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଲଗାତାର ପଞ୍ଚମ ଥର ପାଇଁ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଉଛନ୍ତି।

➡️୮-କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଦିଗରେ ପ୍ରୟାସ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ କୁ ୨୦୨୨-୨୩ ବର୍ଷ ପାଇଁ ମିଳିଲା “ସିଡିପି ଜଳବାୟୁ (କ୍ଳାଇମେଟ)” ପୁରସ୍କାର l

➡️୯-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨୪ ଘଣ୍ଟା ‌ନପୁରୁଣୁ ମୋହନ୍‌ ମାଝୀଙ୍କ ନାମରେ ହେଲା ଫେକ୍‌ ଆଇଡି l ସେହି ‌ଫେକ୍‌ ଆକାଉଣ୍ଟରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି।

➡️୧୦-ଅଡୁଆରେ ଅମୀରଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଫିଲ୍ମ ‘ ମହାରାଜ’ l ରିଲିଜ୍ ଉପରେ ରୋକ୍‌ ଲଗାଇଲେ ଗୁଜୁରାଟ ହାଇକୋର୍ଟ l ଫିଲ୍ମ ଟି ଆଜି ନେଟଫ୍ଲିକ୍ସରେ ରିଲିଜ ହେବାର ଥିଲା।

➡️୧୧-ଆଗକୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ l ନିର୍ଦ୍ଧାରିତ ଥର ଠାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ, ଇଣ୍ଟରଚେଞ୍ଜ ଫିକୁ ପ୍ରତି ଟ୍ରାଞ୍ଜାକସନ ପିଛା ସର୍ବାଧିକ ୨୩ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରଖିଲା ସଂଘ।

➡️୧୨-ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ରଦ୍ଦ ହେଲା ଗ୍ରେସ୍ ମାର୍କ । ପୁଣି ପରୀକ୍ଷା ଦେବେ ୧୫ ଶହ ୬୩ ପରୀକ୍ଷାର୍ଥୀ । ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପ୍ରବେଶିକା ପରୀକ୍ଷାରେ କୌଣସି ତ୍ରୁଟି ହୋଇନି ।

➡️୧୩-ଓଡ଼ିଶାରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପିଏମ୍ ଶ୍ରୀସ୍କୁଲ, ପିଏମ୍‌ ଉଷା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ l

➡️୧୪-ଖୁବଶୀଘ୍ର ଭାରତରେ ଆରମ୍ଭ ହେବ ସ୍ୟାଟେଲାଇଟ ଇଣ୍ଟରନେଟ, ଜିଓକୁ ମିଳିଲା ଅନୁମତି l Luxembourg’s SES ସହ ମିଶି ଦେଶରେ ଆରମ୍ଭ କରିବ ସ୍ୟାଟେଲାଇଟ ଇଣ୍ଟରନେଟ।

➡️୧୫-କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା ସୁପର ହରକୁଲେସ୍ ବିମାନ l

➡️୧୬-ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ନେଇ ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ଜୁନ୍ ୨୦ ତାରିଖରେ ଜମ୍ମୁ କାଶ୍ମୀର ଗସ୍ତ କରିବେ ଏବଂ ଜୁନ୍ ୨୧ ତାରିଖରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

➡️୧୭-ଆମେରିକା ସହ ୫୦ ବର୍ଷର ସମ୍ପର୍କ ଛିନ୍ନ କରିବ ସାଉଦି ଆରବ l ଆଉ ରି-ନ୍ୟୁ ହେବନି ପେଟ୍ରୋଡଲାର ଡିଲ, ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି l ପୂର୍ବରୁ ୮ ଜୁନ ୧୮୭୪ ମସିହାରେ ଆମେରିକାର ଓ ସାଉଦି ଆରବ ମଧ୍ୟରେ ଏହି ଡିଲ୍ ହୋଇଥିଲା l

➡️୧୮-ଖୁବଶୀଘ୍ର ନିମୟରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି TRAI l ଏଣିକି ଗୋଟିଏ ଫୋନରେ ୨ଟି ସିମ୍ ଥିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା l

➡️୧୯-ଟି-୨୦ ବିଶ୍ବକପର ୨୭ତମ ମ୍ୟାଚରେ ଗତକାଲି ସ୍କଟଲାଣ୍ଡ କୁ ବାଂଲାଦେଶ 25 ରନ ରେ କଲା ପରାସ୍ତ l

➡️୨୦-ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି -୨୦ ବିଶ୍ୱକପ ୨୦୨୪ର ଆମ୍ବାସଡର ଭାବରେ ଆସିଲେ ନଜର l

*🔅ଆଜି ପ୍ରଥମ ରଜ ll*
*🔅ଆଜି ବିଶ୍ୱ ରକ୍ତଦାତା ଦିବସ ll*
*🔅ଆଜି ଗୁରୁ ଶ୍ରୀ ହରଗୋବିନ୍ଦ ସିଂ ଜୟନ୍ତୀ ll*
*🔅ଆଜି ଶ୍ରୀ ଧୁମାବତୀ ଜୟନ୍ତୀ ll*
*🔅ଆଜି ଆନ୍ତର୍ଜାତୀୟ ସ୍ନାନ ଦିବସ ll*
*🔅ଆଜି ପରିବାର ଇତିହାସ ଦିବସ ll*
*🔅ଆଜି US ସେନା ଜନ୍ମଦିନ ll*
*🔅ଆଜି ମ୍ୟାଜିକ୍ ସର୍କଲ୍ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*