ଗଜପତିରୁ ଗଞ୍ଜେଇ ଚୋରାଚାଲାଣର ବେଳେ ପାରଳାଖେମୁଣ୍ଡି ରୁ ମାଷ୍ଟରମାଇଣ୍ଡ ଗିରଫ
ପାରଳାଖେମୁଣ୍ଡି:୧୪/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଧରା ପଡ଼ିଲା ଗଞ୍ଜେଇ ଚୋରା ଚାଲାଣର ଅନ୍ୟ ଜଣେ ମାଷ୍ଟର ମାଇଣ୍ଡ। ସାମ୍ପୁଲ ନେଇ ବଡ଼ ବଡ଼ ଡିଲ ପକ୍କା କରୁଥିଲେ। ଡିଲ ପରେ ଗଜପତିରୁ ଚାଲାଣ ହେଉଥିଲା ଗଞ୍ଜେଇ। ତେବେ ସୁରାକ ପାଇ ମାଡ଼ି ବସିଲା ପାରଳାଖେମୁଣ୍ଡି ଅବକାରୀ ଟିମ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ଅବକାରୀ ସୁପେରିଟେଣ୍ଡ ପ୍ରଭାତ କୁମାର ସେଠୀଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ସମଗ୍ର ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଅବକାରୀ ବିଭାଗ ତରଫରୁ ଚୋରା ମଦ କାରବାର ଏବଂ ଗଜପତି ଜିଲ୍ଲାରେ ଗଞ୍ଜେଇ କରବାର ଓ ଚୋରା ଗଞ୍ଜେଇ ଚାଲାଣ ବିରୋଧରେ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଉଛି. ଗତକାଲି ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ଥ ଟିଡିସିସି ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ନୟାଗଡ଼ ଜିଲ୍ଲାର ଦୀପକ ନାୟକ ଚୋରା ଗଞ୍ଜେଇ କାରବାରରେ ଗତ ବହୁ ଦିନ ଧରି ଲିପ୍ତ ରହି ଆସିଛି. ସେ ନିଜ ବାଇକର ଟୁଲ କିଟ୍ ବକ୍ସରେ ଅତ୍ୟନ୍ତ ଚତୁରତାର ସହିତ ଗଞ୍ଜେଇର ବିଭିନ୍ନ ସାମ୍ପୁଲ ନେଇ ଚୋରା ବଜାରରେ ମୁଖ୍ୟ ଗଞ୍ଜେଇ ମାଫିଆକୁ ଦେଖାଇ ଗଞ୍ଜେଇର ଦର ନିର୍ଧାରଣ କରିବା ପରେ ଭିନ୍ନ ଭିନ୍ନ ଭାବେ ଗଜପତିରୁ ଗଞ୍ଜେଇ ଚାଲାଣ କରି ବେଶ ଟଙ୍କା ଅର୍ଜନ କରିଚାଲିଥିଲା. ଠିକ ସେପରି ଭାବେ ଗତକାଲି ନିଜ ବାଇକରେ ସାମ୍ପୁଲ ରଖି ମୁଖ୍ୟ ଗଞ୍ଜେଇ ମାଫିଆ ପାଖକୁ ବାହାରିଥିବା ବେଳେ ଅବକାରୀ ବିଭାଗର ତନଖି ପରେ ଏହି ଚୋରା ଗଞ୍ଜେଇ ଚାଲାଣକାରୀ ଜଣକର ମୁଖା ଖୋଲିଥିଲା ଅବକାରୀ ବିଭାଗ. ଏହି ପୂର୍ବରୁ ଅଭିଯୁକ୍ତ ଜଣକ ଟିଡିସିସି ପକ୍ଷରୁ ଆଦିବାସୀଙ୍କ ଜଙ୍ଗଲ ଜାତ ଦ୍ରବ୍ଯକୁ କମ ଦରରେ କ୍ରୟ କରିଅଧିକ ଦରରେ ଆନ୍ଧ୍ର ତଥା ଓଡିଶାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ବେଶ ଲାଭବାନ ହୋଇଥିଲେ. ଉକ୍ତ ସମୟ ଠାରୁ ଏହି କାରବାରରେ ସେ ଲିପ୍ତ ଥିବା କୁହାଯାଉଥିଲା। କିନ୍ତୁ ବିଭିନ୍ନ ସମୟରେ ଚତୁରତାର ସହ କାରବାର କରୁଥିବା ଯୋଗୁଁ ଖସି ଯିବାରେ ସକ୍ଷମ ହେଉଥିଲେ। ଗତକାଲି ଅବକାରୀ ବିଭାଗ ଦ୍ୱାରା ଦୀପକ ଧରା ପଡ଼ିବା ପରେ ଅବକାରୀଟିମଙ୍କ ତନାଘନା ତଦନ୍ତ ପରେ ଦୀପକ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ ଥିବା ଜଣା ପଡିଥିଲା. ଏଥିସହ ଦୀପକ ଠାରୁ ୧୫୦ ଗ୍ରାମ ଗଞ୍ଜେଇ ତା ବାଇକରୁ ଜବତ କରାଯାଇଥିଲା. ଏହି ୧୫୦ ଗ୍ରାମ ଗଞ୍ଜେଇ ମାଫିଆଙ୍କୁ ସାମ୍ପୁଲ ଭାବେ ଦେଖେଇ ଦର ଧାର୍ଯ୍ୟ କରି ଚଢା ଦରରେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଜାଲ ବିଛେଇ ଥିଲା. ହେଲେ ଅବକାରୀ ବିଭାଗ ଦ୍ୱାରା ଦୀପକ ଧରା ପଡିବା ପରେ ତାର ସବୁକିଛି ଫସର ଫାଟିଲା l ଆଜି ଅବକାରୀ ବିଭାଗ ଦୀପକର ବାଇକ ଯାହାକି ଗଞ୍ଜେଇ ସାମ୍ପୁଲରେ ବ୍ୟବହୃତ ହୋଇଥିଲା, ତାହାକୁ ଗଞ୍ଜେଇ ସହ ଜବତ କରି ଦୀପକକୁ ଗିରଫ କରାଯାଇ ଆଜି ସବଜଜଙ୍କ କୋୖର୍ଟକୁ ଚାଲାଣ କରାଯାଇଥିଲା. ମାନ୍ୟବର କୋର୍ଟ ଦୀପକକୁ ଜେଲ ହଜତକୁ ପଠାଇ ଦେଇଥିବା ଅବକାରୀ ବିଭାଗ ସୂଚନା ପ୍ରଦାନ କରିଛନ୍ତି.