November 24, 2024
Share


====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ସାନ ବଜାର ରାଉଳ ସାହି ବାରି ମାଲ ସାନବଜାର କଲେଜ କଲେଜ ଯିବା ରାସ୍ତା ବମ ପାର୍ଶ୍ଵରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା l ଉକ୍ତ ଜାଗାକୁ ନେଇ ରାଉଳ ସାହିର ପଣ୍ଡା ପରିବାର ଓ ରାଉଳ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା l ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଗଞ୍ଜାମ ଥାନା ସେକେଣ୍ଡ ଅଫିସର କ୍ଷେତ୍ରମୋହନ ସାହୁଙ୍କ ଉପସ୍ଥିତରେ ଉକ୍ତ ଜାଗା ବିବାଦ ସମାଧାନ ହୋଇଥିଲା l ଜାଗା ମପାମପି ବେଳେ ଉଭୟ ପକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ l ଉକ୍ତ ଜାଗା ପ୍ଲଟ ନ 62 ପଟ୍ଟା ନ 113 ରାଉଳ ସାହିର ପୂର୍ଵl ପୁରୁଷରୁ ସ୍ବର୍ଗତ ଜଗନ୍ନାଥ ପଣ୍ଡାଙ୍କ ନାମରେ ପଟ୍ଟା ଥିଲା l ତାଙ୍କର ଉତ୍ତରାଧିକାରୀ ତତକାଳୀନ ଗଞ୍ଜାମ ଏନଏସି ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ପୁଅ ସୁଭାଶିଷ ପଣ୍ଡା ଦାବିଦାର ଥିବା ଜାଗା ମପା ମପି ବେଳେ ଜଣା ପଡିଥିଲା l ଜାଗା ମପା ମପି ବେଳେ ସେଠାରେ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା l ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସେକେଣ୍ଡ ଅଫିସର ସାହୁ ପରିସ୍ଥିତି ସମ୍ଭାଳି ଥିଲେ l ତହସିଲ ପ୍ରଶାସନ ପକ୍ଷରୁ ଜାଗା ଚି଼ହ୍ନଟ କରୀ ପୂର୍ବତନ ଚେୟାରମ୍ୟାନ ସ୍ବର୍ଗତ ପଣ୍ଡାଙ୍କ ପୁଅଙ୍କୁ ଦାବିଦାର ବୋଲି ଘୋଷଣା ହୋଇଥିଲା l ଉକ୍ତ ଜାଗା ବିବାଦ ସିଭିଲ କୋର୍ଟରେ ମଧ୍ୟ ବିଚାରଧୀନ ହୋଇ ପଣ୍ଡାଙ୍କ ସପକ୍ଷରେ ଯାଇଥିବା ଜଣା ପଡିଛି l ପ୍ରକାଶ ଯୋଗ୍ୟ ଉକ୍ତ ଜାଗା ବିବାଦ ନେଇ ଉଭୟ ପକ୍ଷ ଗଞ୍ଜାମ ଥାନାର ଦ୍ୱାରସ୍ତ ହୋଇଥିଲେ l ଫଳରେ ଥାନା ଆଇଆଇସି ଉଭୟ ପକ୍ଷକୁ ଆବଶ୍ୟକ କାଗଜପତ୍ର ତଥା ଡକ୍ୟୁମେଣ୍ଟ ଯୋଗାଡ଼ ନିମନ୍ତେ ଏକ ମାସ ସମୟ ଦେଇଥିଲେ l ଗତ କାଲି ପୁଣି ରାଜସ୍ୱ କାର୍ଯ୍ୟାଳୟ ପକ୍ଷରୁ ଡିମାର୍ଗେଶନ କରାଯାଇ ଉକ୍ତ ଜାଗା ପଣ୍ଡା ପରିବାରକୁ ହସ୍ତାନ୍ତର କରାଯାଇଥିବା ଆରଆଇ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି l