September 29, 2024

ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମା ସାରଳା ଙ୍କ ଆଶୀର୍ବାଦ ଭିକ୍ଷା….

Share

ତିର୍ତ୍ତୋଲ –ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସରେ , ଜଗତସିଂହପୁର ଜିଲ୍ଲାର ଏରସମା ବାଲିକୁଦା, ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ସଂଗ୍ରାମୀ ଯୁବନେତା ସାରଦା ଜେନା, ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ , ଗତ ପବିତ୍ର ବୃଷ ସଂକ୍ରାନ୍ତି, ମଙ୍ଗଳବାର ଦିନ ପୂର୍ବାହ୍ନ ରେ, ନିଜର କେତେକ ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ , ଝଙ୍କଡ଼ ସାରଳାପୀଠରେ ପହଞ୍ଚିବା ପରେ, ମାଆଙ୍କ ସେବାୟତ ମାନେ ତାଙ୍କୁ ସ୍ବାଗତ କରି , ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିଥଲେ। ଶ୍ରୀ ଜେନା ଙ୍କର ପୀଠପୂଜକ ବାଇନ ନନା ଙ୍କ ସହିତ ପଞ୍ଚାନନ ପଣ୍ଡା, ରମେଶ ଚନ୍ଦ୍ର ରାଉଳ , ହରେକୃଷ୍ଣ ରାଉଳ, ତ୍ରିଲୋଚନ ରାଉଳ ଓ ରଥ ନନା ପ୍ରମୁଖ ତାଙ୍କୁ ମାଆଙ୍କର, ଚନ୍ଦନ ସିନ୍ଦୂର ଅଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ସମ୍ବର୍ଦ୍ଧିତ କରିଥିଲେ। ଏରସମା ଅଞ୍ଚଳ ର ସମୀର କୁମାର ଜେନା , ଦିଲ୍ଲୀପ ସାହୁ ଓ ଆଇନଜୀବି ମୂରଲୀଧର ମଲ୍ଲିକ ପ୍ରମୁଖ ସହିତ, ବିଧାୟକ ପ୍ରାର୍ଥୀ ସାରଦା ଜେନା କିଛି, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାରରେ, କହିଲେଯେ, ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଆଶିର୍ବାଦ ଗ୍ରହଣ କରିବା ପରେ , ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆମେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଏବଂ ଓଡିଶା କୁ ବିକାଶଶୀଳ ଓ ପ୍ରଗତିଶୀଳ ରଜ୍ୟରେ ପରିଣତ କରିବାପାଇଁ ରାଜ୍ୟବାସୀ ତାଙ୍କୁ ଷଷ୍ଠ ଥର ପାଇଁ ମୂଖ୍ୟମନ୍ତ୍ରୀ କରିବାକୁ ଯାଉଥିବା ବେଳେ , ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ, ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ମାନେ ଓ ବିଶେଷ କରି ମା ଭଉଣୀ ମାନେ ଆମ ବିଜୁ ଜନତା ଦଳ କୁ ଆଶୀର୍ବାଦ କରିବେ ବୋଲି , ଆମେ ଦୃଢ଼ ଆଶା ଓ ଆସ୍ଥା ପୋଷଣ କରୁଛୁ । ଏଥି ସହିତ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ନିଶ୍ଚିତ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥଲେ।

(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର)