April 29, 2026

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ପ୍ରଗତିର ୪ର୍ଥ ବାର୍ଷିକୋତ୍ସବ ଏଵଂ ଆନ୍ତର୍ଜାତିକ ମାତୃ ଦିବସ ପାଳିତ….

bhg8
Share

 

ପାରଳାଖେମୁଣ୍ଡି:୧୪/୫ଆଜି ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେନ୍ଟର ଠାରେ ବିଶ୍ୱ ମାତୃ ଦିବସ ଏବଂ ପ୍ରଗତି ମହିଳା ସଂଗଠନର ୪ର୍ଥ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇସାରିଛି। ମା’ର ମହତ୍ତ୍ଵ,ତାଗ, ନିଷ୍ଠା ଏଵଂ ମା’ର ନିଃସର୍ତ୍ତ ସେବା ପାଇଁ ସେ ଯୁଗେ ଯୁଗେ ମହିୟସୀ ମାଆ ଚୀର ବନ୍ଦନୀୟା ଅଭିନ୍ଦନୀୟା ବୋଲି ଅତିଥିଗଣ କହିଥିଲେ। ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ। ସ୍ଵତନ୍ତ୍ର ଅତିଥି ହରିମୋହନ ପଟ୍ଟନାୟକ, ମୁଖ୍ୟ ଅତିଥି କୁମୁଦିନୀ ଭୁକ୍ତା, ମୁଖ୍ୟବକ୍ତା ଗିରିଜା ନନ୍ଦିନି ପଟ୍ଟନାୟକ, ସଭାପତି ଲୋକନାଥ ମିଶ୍ର ,ସମ୍ମାନିତ ଅତିଥି ଭାଗବତ ପାଢ଼ୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସବିତା ପଣ୍ଡିତ ଅତିଥି ଆହ୍ଵାନ ଏବଂ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ମା ଭାବେ ପ୍ରମିଳା ପଟ୍ଟନାୟକଙ୍କୁ ପ୍ରଗତି ମାତୃ ସମ୍ମାନ ପ୍ରଦାନ କରାଯାଇଥିଲା ତର୍କ,ଚିତ୍ର, କବିତା ଆବୃତ୍ତି ରେ ବିଜୟ ଲାଭକରିଥିବା ଛାତ୍ର ଛାତ୍ରୀ ଗୃହିଣୀ ମାନଙ୍କୁ ପୁରସ୍କାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ମୁରଲୀଧର ପରିଚ୍ଛା ଶରତ ପ୍ରଧାନ,ଅରୁଣ ପଣ୍ଡା, ମାନସୀ ପଣ୍ଡା, ଅଞ୍ଜନି ପଟ୍ଟନାୟକ ଶୁଭଶ୍ରୀ ଭୁକ୍ତା, ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।(ଗରୁଡ଼ ଧ୍ଵଜ ଚୌଧୁରୀ)

You may have missed