March 8, 2026

ଗୋପାଳପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ନବନିର୍ମାଣ କୃଷକ ସଙ୍ଗଠନ ର ସାଂଗଠନିକ ବୈଠକ

IMG-20230514-WA0011
Share

 

 

 

ବୋଲଗଡ଼,୧୪/୦୫(ଉପାନ୍ତ ଓଡିଶା) ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ନବନିର୍ମାଣ କୃଷକ ସଙ୍ଗଠନ ର ସାଙ୍ଗଠନିକ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀ ତାରନିଜର ହକ୍ କିପରି ପାଇପାରିବ, ବେଗୁନିଆ ଓ ବୋଲଗଡ଼ ନିକଟରେ ବାଙ୍କୀ ମୁହାଣ ମହାନଦୀ ଥାଇ ମଧ୍ୟ ଚାଷୀ ମାନେ ପାଣି ସୁବିଧା ରୁ ବଞ୍ଚିତ ହେଉଅଛନ୍ତି ତେଣୁ ପାଣି ସମସ୍ୟା ଦୂର କରିବା,ତତ୍ସହିତ କାଳିଆ ଯୋଜନାରେ ତୁରନ୍ତ ଚାଷୀ ମାନେ କେମିତି ଉପକୃତ ହେବେ,ଚାଷୀ ମାନଙ୍କର ଭତା ସ୍ୱଳ୍ପ ନହୋଇ ୩୦୦୦ଟଙ୍କା ହେବା ଦରକାର। ଧାନ କୁଇଣ୍ଟାଲ ପିଛା ୫୦୦୦ଟଙ୍କା ହେବା ସହିତ ଚାଷୀକୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର। ନଚେତ୍ ଆଗାମୀ ଦିନରେ ଚାଷୀ ମାନେ ଭୋଟ ବର୍ଜ୍ଜନ କରିବା ସହିତ ବେଗୁନିଆ ବୋଲଗଡ଼ ବ୍ଲକ ଘେରାଉ କରିବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଗ ଶେଷ ଦେବ ନନ୍ଦ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁରେଶ ମାନସିଂହ, ଜନ ଅଧିକାର ମଞ୍ଚର ଆବାହକ ଅକ୍ଷୟ କୁମାର ରାଉତ ରାୟ , ଶିବ ମୁନି , ଅକ୍ଷୟ ରଥ ପ୍ରମୁଖ ମତ ପ୍ରକାଶ କରିଥିଲେ। ଏହି ସଭାରେ ବେଗୁନିଆ ବୋଲଗଡ଼ ର ଶହେ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)