April 25, 2026

ଓଡିଆ ନବବର୍ଷ ଓ ମହାବିଷ୍ଟୁବ ସଂକ୍ରାନ୍ତି ରେ ପାରଳା ର ସମସ୍ତ ହନୁମାନ ମନ୍ଦିର ଯାଇ ଦର୍ଶନ କଲେ ବିଧାୟକ

IMG-20260414-WA0047
Share

ଓଡିଆ ନବବର୍ଷ ଓ ମହାବିଷ୍ଟୁବ ସଂକ୍ରାନ୍ତି ରେ ପାରଳା ର ସମସ୍ତ ହନୁମାନ ମନ୍ଦିର ଯାଇ ଦର୍ଶନ କଲେ ବିଧାୟକ ପାରଳାଖେମୁଣ୍ଡି – ଆଜି ଓଡିଆ ନବବର୍ଷ ଓ ମହାବିଷ୍ଟୁବ ସଂକ୍ରାନ୍ତି ଅବସର ରେ ବିଧାୟକ ରୁପେଶ ପାଣିଗ୍ରାହୀ ପାରଳାଖେମୁଣ୍ଡି ର ସମସ୍ତ ହନୁମାନ ମନ୍ଦିର ଯାଇ ମହାବୀର ହନୁମାନ ଙ୍କ ଦର୍ଶନ କରି ଆଶ୍ରିବାଦ ଗ୍ରହଣ କରିଥିଲେ , ପ୍ରଥମେ ପାରଳାଖେମୁଣ୍ଡି କାଚରା ସାହି ର ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ , ପରେ ସୁବାସନଗର ର ହନୁମାନ ମନ୍ଦିର କୁ ସାହି ଛକ ନିକଟ ରୁ ବିଧାୟକ ଙ୍କୁ ସ୍ଵାଗତ କରି ନେଇଥିଲେ ଓ ସେଠାରେ ମହାବୀର ହନୁମାନ ଙ୍କୁ ଦର୍ଶନ କରି ଶେଷ ରେ କଟିକାସାହି ଓ ଷ୍ଟେସନ୍ ପାଖରେ ଥିବା ହନୁମାନ ମନ୍ଦିର ମଧ୍ୟ ଯାଇ ଦର୍ଶନ କରିଥିଲେ । ପ୍ରତ୍ୟେକ ସ୍ଥାନ ରେ ହୋଇଥିବା ଅର୍ଣ ପ୍ରସାଦ ରେ ସାମିଲ ହୋଇଥିଲେ । ଏହି ଅବସର ରେ ସୁବାସନଗର ରେ ନୂତନ ଭାବେ ହୋଇଥିବା ଜିମ୍ କିଭଳି ନିର୍ମାଣ ହୋଇଛି ତାହା ନିରୀକ୍ଷଣ କରିଥିଲେ ବିଧାୟକ, ଏହି ଅବସର ରେ ସମସ୍ତ ଗଜପତି ବାସି ଙ୍କୁ ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ ଜଣାଇଲେ ବିଧାୟକ । ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଉପସ୍ଥିତ ଥିଲେ

You may have missed