ନେଟାଙ୍ଗା ରେ ରାମ ଲାଲା ଙ୍କ ବିବାହ ଉତ୍ସବ ପାଳିତ ..

ତା୧୩.୦୪.୨୦୨୫ ରବିବାର ବୈଶାଖ ମାସ ପ୍ରତିପଦା ତିଥିରେବେଲଗୁଣ୍ଠାବ୍ଳକ ସ୍ଥିତ ନେଟଙ୍ଗା ଗ୍ରାମରେ ବିଜେ ଭଞ୍ଜ ବଂଶୀୟ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମିଙ୍କ ମନ୍ଦିର ପ୍ରାଙ୍ଗଣ ରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଓ ଜଗତ ଜନନୀ ମାତା ସୀତାଦେବୀ ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାତ୍ର ୧୦ ଘ୪୫ମି ସମୟରେ ଠାକୁର ଗମ୍ଭିରା ରୁ ବାହାରି ଥିଲେ। ବିଭିନ୍ନ ପଟୁଆର ଯଥା ବାଘନାଚ଼, ପଟାଆଖଡ଼ା, ଢୋଲ, ଚାଙ୍ଗୁ, ଘଣ୍ଟ, ମୃଦଙ୍ଗ, ଶଙ୍ଖ, ତୁରୀ, କାହାଳୀ ଓ କାଠି ନାଚ ଭଳି ବିଭିନ୍ନ ସାଂସ୍କୃତିକ ନୃତ୍ୟ ଓ ବିରାଟ ବାଣ ପଟୁଆର ଦ୍ୱାରା ଠାକୁର ଙ୍କୁ ଗ୍ରାମ ପରିକ୍ରମଣ କରାଜାଇଥିଲ। l ହଜାର ହଜାର ଭକ୍ତ ଙ୍କ ଉପସ୍ଥିତି ରେ ରାତ୍ର ୧୨ ଘଣ୍ଟ୨୫ମିରେ ପ୍ରଭୁ ଶ୍ରୀ ରାମଲାଲା ଙ୍କ ବାଟ ବରଣ ଉତ୍ସବ ସମାହିତ ହୋଇଥିଲା l ତତ୍ ପରେ ରାତ୍ର ୧୨ ଘଣ୍ଟ ୪୦ମି ସମୟ ରେ ଠାକୁର ବିବାହ ବେଦୀ କୁ ଗମନ କରିଥିଲେ l ନେଟଙ୍ଗା , କୁରାଳ ସାହି ଓ ରତ୍ନ ପୁର ଗ୍ରାମବାସୀ ତଥା ଗ୍ରାମର ସମସ୍ତ ଯୁବବନ୍ଧୁ ମାନଙ୍କ ପୁର୍ଣ୍ଣ ସହଯୋଗ ରେ ଠାକୁର ଙ୍କ ବିବାହ ଉତ୍ସବ କାର୍ଯ୍ୟ ଅତି ଆନନ୍ଦ ର ସହ ସମାହିତ ହୋଇଥିଲା l
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ