June 26, 2024

କୁଜଙ୍ଗ କୁ ମିଳିଲା NAC ମାନ୍ୟତା….

Share

                                                                                                                                                                                                       କୁଜଙ୍ଗକୁ ମିଳିଲା NAC ମାନ୍ୟତା । ଘୋଷଣା କଲେ ରାଜ୍ୟ ସରକାର । ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୨୨ ଟି ନୂଆ NAC ମଧ୍ୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ରହିଛି । ପ୍ରଥମ ପର୍ଯ୍ୟାୟରେ ଘୋଷିତ ୩୫ ଟି ସ୍ଥାନ ମଧ୍ୟରେ କୁଜଙ୍ଗର ନାଁ ନଥିଲା । ଏହାର ପ୍ରତିବାଦ କରି ଗତ ୨ ତାରିଖରେ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ବନ୍ଦ ଡାକରା ଦିଆଯାଇଥିଲା । ଆଞ୍ଚଳିକ ସଚେତନ ନାଗରିକ ମଞ୍ଚର ଆବାହକ ରଘୁନାଥ ସାହୁଙ୍କ ନେତୃତ୍ଵରେ ଏହି ବନ୍ଦ ଡାକରାକୁ କୁଜଙ୍ଗ ଓକିଲ ସଂଘ, କୁଜଙ୍ଗ ପ୍ରେସ କ୍ଲବ, ବ୍ୟବସାୟୀ ସଂଘ ସମେତ ଅନେକ ସଂଗଠନ ସମର୍ଥନ ଦେଇଥିଲେ । ଉକ୍ତ ଆନ୍ଦୋଳନ ସଫଳ ହୋଇଥିବା ଓ କୁଜଙ୍ଗ ଏନ୍.ଅ.ସି. ମାନ୍ଯତା ପାଇଥିବା ଦର୍ଶାଇ ଆଞ୍ଚଳିକ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିସହ କୁଜଙ୍ଗର ବ୍ଯବସାୟୀ, ଓକିଲ, ସାମ୍ବାଦିକ ଓ ବୁଦ୍ଧିଜିବୀମାନେ ବାଜା ବଜାଇ, ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ନିଜନିଜ ଭିତରେ ମିଠା ଖୁଆଇଥିଲେ | ଏହାସହ ସମସ୍ତେ କୁଜଙ୍ଗ ତହସିଲଦାରଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ | ଶେଷରେ ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ପହଁଚି କୃତଜ୍ଞତା ଜଣାଇବା ସହ ଏହା କୁଜଙ୍ଗ ନାଗରିକ ମାନଙ୍କ ବିଜୟ ହୋଇଛି କହି ସବୁ ସେୟ ଆଞ୍ଚଳିକ ସଚେତନା ନାଗରିକ ମଞ୍ଚର ଆବାହକ ତଥା କୁଜଙ୍ଗ ପ୍ରେସ କ୍ଲବ ର ସଭାପତି ରଘୁନାଥଙ୍କ ସାହୁ ଙ୍କୁ ଦିଆ ଯାଉଛି ବୋଲି ମତ ପ୍ରକାଶ କହିଥିଲେ |। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)