June 18, 2024

ସାମ୍ବାଦିକଙ୍କ କଳା ବ୍ଯାଜ୍ ପରିଧାନ, ବିଭିନ୍ନ ଦାବି ନେଇ ପ୍ରତିବାଦ…

Share

ବୁଗୁଡ଼ା: ତା ୧୪/୦୩/୨୪ : ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବିକୁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜି ବୁଗୁଡ଼ା ମିଡ଼ିଆ କ୍ଳବର ସାମ୍ବାଦିକମାନେ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ କରିଛନ୍ତି l ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ,ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ,ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତାଙ୍କୁ ସାମିଲ କରିବା ଇତ୍ୟାଦି ଦାବିରେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ହଜାର ହଜାର ସାମ୍ବାଦିକ ଗତ ମାସ ୭ ତାରିଖରେ ବିଧାନସଭା ଘେରାଉ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ଦାବିଗୁଡିକୁ ସରକାର ଅଣଦେଖା କରିବା ପ୍ରତିବାଦରେ ଆଜି ସାମ୍ବାଦିକମାନେ କଳା ବ୍ୟାଜ୍ ପରିଧାନ କରିଛନ୍ତି l ଉତ୍କଳ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଗୁଡ଼ା ମିଡ଼ିଆ କ୍ଲବ ଉପସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ସହସମ୍ପାଦକ ହର ପ୍ରସାଦ ପାଢ଼ୀ, କୋଷାଧକ୍ଷ ବିଶ୍ୱ ମୋହନ ମିଶ୍ର, ଉପଦେଷ୍ଟା କାଳୀ ଚରଣ ଦାଶ, ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ, ସଂଜୀବ କୁମାର ତ୍ରିପାଠୀ, ଏସ.ଶିବ ପ୍ରସାଦ ଦୋରା ପ୍ରମୁଖ ପ୍ରତିବାଦାତ୍ମକ ଆନ୍ଦୋଳନରେ ସାମିଲ ହୋଇଛନ୍ତି l