November 24, 2024
Share

 

୧-ଭୁବନେଶ୍ୱରରୁ ଦିଲ୍ଲୀ- ଦୁଇ ରାଜଧାନୀରେ ଘନଘନ ମିଟିଂ ବଢାଇଲା ମେଣ୍ଟ ସମ୍ଭାବନା । ଆଜି NDAର ବୈଠକ, ନବୀନ ନିବାସରେ ବି ବୈଠକ !

୨-ଭୁବନେଶ୍ୱର:୪୦ ମୁହାଁ ପାରଦ, ବୌଦ୍ଧ, ଭବାନୀପାଟଣାରେ ୩୯ ଟପିଲା।

୩-ଭୁବନେଶ୍ୱର:ଅମଳ ବେଳେ ଆଳୁ ମହଙ୍ଗା, କିଲୋ ପିଛା ୫ଟଙ୍କା ବୃଦ୍ଧି।

୪-ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ:ବଢ଼ିଲା ପୈ।ର ପ୍ରତିନିଧିଙ୍କ ଦରମା ଓ କନିଷ୍ଠ ଶିକ୍ଷକଙ୍କର ବି।

୫-କନିଷ୍ଠ ଶିକ୍ଷକଙ୍କ ଦରମା ମାସିକ ୧୩,୮୦୦ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି, ଜାନୁଆରୀ ଠାରୁ ହେବ ଲାଗୁ।

୬-ଭୁବନେଶ୍ୱର: ପଦ୍ମ ପୁରସ୍କୃତଙ୍କୁ ମିଳିବ ମାସକୁ ୨୫ ହଜାର, ଆସନ୍ତା ଏପ୍ରିଲରୁ ଏହା ଲାଗୁ ହେବ।

୭-ସ୍ପୋଟର୍ସ କମ୍ପ୍ଲେକ୍ସ ଓ ବହୁମୁଖି ଇନଡୋର ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ‘କ୍ରୀଡା କ୍ଷେତ୍ରରେ ଓଡ଼ିଶା ମଡେଲ ରାଜ୍ୟ’।

୮-ଭୁବନେଶ୍ୱର: ରାଜ୍ୟରେ ଆଉ ୨୨ ନୂଆ ଏନଏସି ଘୋଷଣା। ଭଞ୍ଜନଗର ହେଲା ମ୍ୟୁନିସିପାଲିଟି।

୯-ଭୁବନେଶ୍ୱର:ଆଭାସି ଜରିଆରେ ରାଜ୍ୟରେ ୨୯ ନୂଆ ଥାନା ଉଦଘାଟିତ।

୧୦-ଗଞ୍ଜାମ: ଚୈତ୍ର ମେଳାକୁ ନେଇ ପ୍ରସ୍ତୁତି ବୈଠକ,୨୬ରୁ ଆରମ୍ଭ ହେବ ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରା।

୧୧-କମିବ କେନ୍ଦ୍ରାପଡ଼ା ଓ ଭଦ୍ରକର ଦୂରତା । ବ୍ରାହ୍ମଣୀ ଓ ବୈତରଣୀ ନଦୀ ମୁହାଣରେ ନିର୍ମାଣ ହେବ ଫ୍ଲୋଟିଂ ବ୍ରିଜ୍ । ଉପକୃତ ହେବେ ୪୦ ହଜାରରୁ ଅଧିକ ଲୋକ।

୧୨-ଭୁବନେଶ୍ୱର:ସଫେଇ କର୍ମୀଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ।

୧୩-ଆନନ୍ଦପୁର:ଦୁଇ ବାଇକ୍ ଉପରେ ମାଡିଗଲା ଟ୍ରକ୍,ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର।

୧୪-ଭୁବନେଶ୍ୱର:୧୮୧ ଦକ୍ଷତା ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ଟେକ୍ ମହିନ୍ଦ୍ରାରେ ନିଯୁକ୍ତି।

୧୫-ପୁଣି ଆନ୍ଧ୍ରର ଦାଦାଗିରି । ବନ୍ଧ ନିର୍ମାଣ କରି ଅଟକାଉଛି ଜଳ । ଶୁଖିଲା ପଡ଼ିଛି ଓଡିଶାର ଅନେକ ଅଞ୍ଚଳ । କୂତ୍ରିମ ମରୁଡ଼ି ଆଶଙ୍କା।

୧୬-ଅଫିମ ଚାଷର ହବ୍‌ ପାଲଟିଛି ଶିମିଳିପାଳ, ୨ ମାସରେ ନଷ୍ଟ କରାଗଲାଣି ୨୦ କୋଟିର ଅଫିମ ଗଛ।

୧୭-ବେଙ୍ଗଳୁରୁରେ ପାଣି ପାଇଁ ହାହାକାର ସ୍ଥିତି, ଗାଡ଼ି-ଘର ଧୋଇବା ମନା।

୧୮-ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସୈନୀ ଜିତିଲେ ବିଶ୍ବାସ ମତ।

୧୯-ନାଗରିକତା ସଂଶୋଧନ ଆଇନ – ଗୃହ ମନ୍ତ୍ରଣାଳୟ ଆରମ୍ଭ କରିବ ହେଲ୍ପଲାଇନ ନମ୍ବର।

୨୦-ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦର ନୂଆ ୱେବସାଇଟ୍ ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

୨୧-ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି – ନାଗପୁରରୁ ନୀତିନ ଗଡକରୀ ଓ କର୍ନାଲରୁ ଲଢିବେ ଖଟ୍ଟର।

*୨୨-ପୁଟିନଙ୍କ ଚେତାବନୀ – ପରମାଣୁ ଯୁଦ୍ଧ ପାଇଁ ରୁଷ୍ ପ୍ରସ୍ତୁତ।