March 10, 2026

ବନାଗ୍ନିକୁ ରୋକିବାକୁ ସମସ୍ତଙ୍କ ସହଯୋଗ ଲୋଡିଲେ କୋରାପୁଟ ବନଖଣ୍ଡ ଅଧିକାରୀ 

IMG-20260214-WA0090
Share

 

 

୧୪/୦୨/୨୦୨୬ (ଗୁପ୍ତେଶ୍ୱର ରଥ) କୋରାପୁଟ ବନାଗ୍ନି ଋତୁ କୁ ସଫଳତାର ସହ ମୁକାବିଲା କରିବା ପାଇଁ କୋରାପୁଟ ବନଖଣ୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଏଥି ନେଇ ଆଜି କୋରାପୁଟ ବନଖଣ୍ଡ ସଭାଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।”ବନାଗ୍ନିକୁ ରୋକିବାକୁ ସମସ୍ତଙ୍କ ସହଯୋଗ ଲୋଡିଲେ” କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ।ଏଥି ନିମନ୍ତେ ୬ ଟି ଫାୟାର ସ୍କ୍ୱାର୍ଡ ଗଠନ କରାଯାଇଛି।୧୨୦ ଜଣ ପାରା ଫାୟାର ଷ୍ଟାଫ ନିୟୋଜିତ ରହିବେ।ନାରାୟଣପାଟଣା,ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ବନାଗ୍ନି ପ୍ରବଣ ଅଞ୍ଚଳ ଭାବରେ ରହିଛି। କୋରାପୁଟ ବନଖଣ୍ଡ ସହିତ ୬ ଟି ରେଞ୍ଚରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଏସିଏଫ ଜଗନ୍ନାଥ ବିଶୋଇ ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକ ମାନଙ୍କ ସହ ବନଖଣ୍ଡର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲ