March 10, 2026

ପୁରୀର କାନିକା ଏବଂ ଟଙ୍କତୋରାଣି ଅଞ୍ଜୁ ଓ ମଞ୍ଜୁଙ୍କୁ ନେଇଗଲା ମାଷ୍ଟର ସେଫ ଫାଇନାଲକୁ ..

IMG-20260214-WA0089
Share

 

ସାରା ଭାରତ ବର୍ଷର ମହିଳା ମାନଙ୍କୁ ନେଇ ସୋନି ଟିଭି ପକ୍ଷରୁ ମାଷ୍ଟର ସେଫ ପ୍ରତିଯୋଗିତା ଦୀର୍ଘ ତିନିମାସ ଆଗରୁ ଚାଲିଛି l ଏଠାରେ ଖୁସିର କଥାଯେ ଆମ ପୁରୀ ସହର ର ସେବାୟତ ପରିବାର ର ଦୁଇ ଭଉଣୀ ପୂର୍ବତନ କାଉଁସିଲର ଅଞ୍ଜୁ ପ୍ରଧାନ ଏବଂ ତାଙ୍କ ସାନ ଭଉଣୀ ମଞ୍ଜୁ ପ୍ରଧାନ ଏହି ପ୍ରତିଯୋଗିତା ରେ ଦୀର୍ଘ ତିନିମାସ ହେବ କଲିକତା ରୁ ବମ୍ବେ ପର୍ଯ୍ୟନ୍ତ ପ୍ରତିଯୋଗିତା ରେ ସିଡ଼ିପରେ ସିଡ଼ି ଚଢି ଆଗକୁ ମାଡି ଚାଲିଛନ୍ତି l ଏହି ପ୍ରତିଯୋଗିତା କୁ ଟିଭିରେ ଦେଖୁଥିବା ମହିଳାମାନେ କହିଛନ୍ତି ଯେ ଏହି ମାଷ୍ଟର ସେଫ ପ୍ରତିଯୋଗିତା ରେ ଅଞ୍ଜୁ ଓ ମଞ୍ଜୁ ପୁରୀର ମହାପ୍ରଭୁ ଙ୍କ କାନିକା ଏବଂ ଟଙ୍କତୋରାଣି ପ୍ରସ୍ତୁତ କରି ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି l ଆଜି ଅଞ୍ଜୁଙ୍କ ସ୍ୱାମୀ ପୂର୍ବତନ ନଗରପାଳ ଗୌରହରୀ ପ୍ରଧାନଙ୍କ ଅଧକ୍ଷତାରେ ପୁରୀର ଶତାଧିକ ମହିଳା ଶ୍ରୀମନ୍ଦିର ଠାରୁ ଜୟ ଜଗନ୍ନାଥ ଧ୍ୱନି କରି ପୁରୀ ନୀଳାଦ୍ରି ବେଳାଭୂମି ପର୍ଯ୍ୟନ୍ତ ଯାଇଥିଲି ସେଠାରେ ଅଞ୍ଜୁ ଓ ମଞ୍ଜୁ ଫାଇନାଲ ଜିତନ୍ତୁ ନାରଡେଇ ଜୟଧ୍ୱନି ଦେଇଥିଲେ l ଅଞ୍ଜୁ ଓ ମଞ୍ଜୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଏହି ପ୍ରତିଯୋଗିତା ରେ ନିଶ୍ଚିନ୍ତ ଜିତିବେ ବୋଲି ଦୀପଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ