March 11, 2026

ମନ୍ଦିର ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20260214-WA0071
Share

 

 

ବେଗୁନିଆ,(ଉପାନ୍ତ ଖବର ମାନସ ରଞ୍ଜନ କର)ତା 14/02 ଶନିବାର ଦିନ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆର୍ଥିକ ସହାୟତାରେ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ,ବେଗୁନିଆ ଆନୁକୂଲ୍ୟରେ ପ୍ରଧାନ

ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ

ଆବାହକତ୍ୱ ଏବଂ ବେଗୁନିଆ ଗ୍ରାମ୍ୟ କମିଟି ତଥା ପଞ୍ଚସଖା ଶିକ୍ଷାସେତୁ ସଙ୍ଗଠନର ଅଧ୍ୟକ୍ଷ ମାୟାଧର ମାର୍ଥା ଓ ଉକ୍ତ ସଙ୍ଗଠନର ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହଙ୍କ ସକ୍ରିୟ ସହଯୋଗରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣ ହତା ବାହାରେ 2ଟି ଡଷ୍ଟବିନ୍ ବସିବା

ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହତା ମଧ୍ୟରେ ଥିବା ସ୍ଥାନକୁ ସଫା କରାଯାଇ ସେଠାରେ

ଗୁଆ ଗଛ ଚାରା ରୋପଣ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ଦାୟିତ୍ୱରେ ଥିବା ଶିକ୍ଷକ ସୂର୍ଯ୍ୟକାନ୍ତ

ମହାପାତ୍ର ,ଉକ୍ତ କ୍ଳବର ଛାତ୍ର ଛାତ୍ରୀ,ବେଗୁନିଆ ଗ୍ରାମ୍ୟ କମିଟି,ମନ୍ଦିର କମିଟି ,ଉପରୋକ୍ତ

ବିଦ୍ୟାଳୟର ପରିଚାଳନା ଓ ପଞ୍ଚସଖା ସିକ୍ଷାସେତୁ ସଙ୍ଗଠନର

ସଭ୍ୟସଭ୍ୟାମାନଙ୍କ ଦ୍ଵାରା ସମ୍ପାଦିତ

ହୋଇଥିଲା । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ବେଗୁନିଆ ଗୋଷ୍ଠୀ ଶିକ୍ଷାଧିକାରୀ ଅର୍ଣ୍ଣବ କୁମାର ବେଉରା,ବେଗୁନିଆ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ.ସବିତାଞ୍ଜଳି ସେନାପତି

, ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ

ମନୀଷା ସ୍ୱାଇଁ,ବାଘମାରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପଟ୍ଟନାୟକ

ଡିଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଦିବାକର ସାହୁ, ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ ,ସହଗୋଷ୍ଠୀ ଶିକ୍ଷାଧିକାରୀ

କୈଳାସ ଚନ୍ଦ୍ର ସେଠୀ,ବେଗୁନିଆ

ମଣ୍ଡଳର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ,ସମାଜସେବୀ ରାମାମାନସ ପଣ୍ଡା ,ପ୍ରଭାତ ପ୍ରହରାଜ,ସର୍ବେଶ୍ଵର ସାହୁ ,ଜୟଦେବ ବେହେରା ,ସାମ୍ବାଦିକ ମାନସ ରଞ୍ଜନ କର ,ଆୟୋଜକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ

ଶିକ୍ଷା କର୍ମଚାରୀ ସାମିଲ ହୋଇଥିଲେ ।