ଉମରକୋଟ ଠାରେ ନୂତନ ଥାନା ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଇ ଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ବଦଳି କରାଯାଇଛି। ସେ ଗତ ୨୧/୦୨/୨୦୨୫ ମସିହାରେ ଉମରକୋଟ ଥାନାରେ ଯୋଗ ଦେଇଥିଲେ,ପ୍ରାୟ ଏକ ବର୍ଷ କାର୍ଯକାଳ ମଧ୍ୟରେ ରମାକାନ୍ତ ସାଇ ସମସ୍ତ ଉମରକୋଟ ଅଞ୍ଚଳବାସୀ ଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ। ତାଙ୍କ ବଦଳି ହେବା ପରେ ଆଜି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂତନ ଥାନା ଅଧିକାରୀ ବିପିନ କୁମାର
ବାଘ । ଏଥି ପୂର୍ବରୁ ସେ ବରଗଡ଼ ଜିଲ୍ଲା ଅମ୍ବାବନା ଥାନା ରେ ପ୍ରାୟ ଦୁଇ ବର୍ଷ ସବ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ପଦୋନ୍ନତି ପାଇ ଥାନା ଅଧିକାରୀ ଭାବେ ଉମରକୋଟ ଥାନାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଚୋରି କୁ କିପରି ରୋକା ଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନୂତନ ଥାନା ଅଧିକାରୀ।
