ତିନୋଟି ସନ୍ତାନ ଅଭିଯୋଗରେ ସରପଞ୍ଚ ପଦ ହରାଇଲେ ପିତଗୁଡ଼ା ଗ୍ରାମ ପଦ୍ମା କାନ୍ଦୂଲ୍ ଫୁଲ
୧୪/୦୨/୨୦୨୬ (ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ୍ ପିତାଗୁଡ଼ା ସରପଞ୍ଚ ପଦ୍ମା କାନ୍ଦୂଲ ଫୁଲ ସରପଞ୍ଚ ପଦବୀ ହରାଇଛନ୍ତି। ପିତାଗୁଡ଼ା ପୂର୍ବ ସରପଞ୍ଚ ଗୀତା ଚୌପଢି ଅଭିଯୋଗ ଅନୁଯାଇ କୋରାପୁଟ ଜିଲ୍ଲାପାଳ ଶ୍ରୀ ମୋନାଜ୍ ସତ୍ୟବାନ୍ ତଦନ୍ତ କରି ପଦ୍ମା କନ୍ଦୂଲ ଫୁଲ ଙ୍କୁ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରି ଛନ୍ତି। ପଦ୍ମା କନ୍ଦୂଳ ଫୁଲ ନିର୍ବାଚନ ଲଢିବା ସମୟରେ ତାଙ୍କର ୨ ଟି ସନ୍ତାନ ବୋଳି ଘୋଷଣା କରିଥଲେ। ପୂର୍ବତନ ସରପଞ୍ଚ ଗିତା ଚୋଉପାଢି ଜିଲ୍ଲାପାଳ ଙ୍କ ନିକଟରେ ୨୦୨୩ ମସିହାରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବିସ୍ତ୍ରୁତ ତଦନ୍ତ କଲାପରେ ଜଣାପଡିଥିଲା ଯେ ତାଙ୍କର ୩ ଟି ସନ୍ତାନ ତାପରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ମତ ରଖିବା ପାଇଁ ସୁଯୋଗ ଦେଇଥିଲେ କିନ୍ତୁ ପଦ୍ମା କାନ୍ଦୂଳ ଫୁଲ ନିଜର ପ୍ରଥମ ସନ୍ତାନ କୁ ପୋଷ୍ୟ ସନ୍ତାନ ଭାବେ ରେ ଗ୍ରହଣ କରୁଛନ୍ତି ବୋଲି କହିଥିଲେ କିନ୍ତୁ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟ ରେ କୌଣସି ପ୍ରମାଣ ଦାଖଲ କରିପାରିନଥିବାରୁ ଜିଲାପାଳ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିଥଲେ।
