March 10, 2026

ଅସ୍ତରଙ୍ଗ ଅଞ୍ଚଳରେ ସରସ୍ଵତୀ ପୂଜା ଅନୁଷ୍ଠିତ …

0okn
Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ମହା ଆଡମ୍ବର ରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇ ଯାଇଅଛି । ଏହି ଉପଲକ୍ଷେ,ସୁରେନ୍ଦ୍ରନାଥ ବିଦ୍ୟାପୀଠ ସୁନ୍ଦର ଓ ଆଦର୍ଶ ବିଦ୍ୟାଳୟ ର ମିଳିତ ସହଯୋଗ ରେ ବିଦ୍ୟାଳୟ ପରିସରରେ ବାଗଦେବି ତଥା ବିଦ୍ୟା ପ୍ରଦୟନି ମା ସରସ୍ୱତି ଙ୍କ ପୂଜା ଯଥାରୀତି ପାଳନ କରାଯାଇଥିବା ବେଳେ,ବେଳାଭୂମି ହାଇସ୍କୁଲ, ପାଟଳଦା ହାଇସ୍କୁଲ,ଅସ୍ତରଙ୍ଗ ହାଇସ୍କୁଲ,ବିନାୟକଦେବ ବିଦ୍ୟାପୀଠ ନଇଗୁଆଁ,ଐଶାନେଶ୍ୱର୍ ବିଦ୍ୟାପୀଠ ଆଳସାହି,ସରସ୍ଵତୀ ବିଦ୍ୟା ମନ୍ଦିର,ଅସ୍ତରଙ୍ଗ ଆଦି ବିଦ୍ୟାଳୟ ମାନଙ୍କରେ ଧୁମ୍ ଧାମ ରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ପ୍ରସାଦ ସେବନ ସହ ପୂଜା ପାଳନ କରିଥିବା ଦେଖିବାକୁ ମିଳିଥିଲା । ଆହୁରି ମଧ୍ୟ,ଏହି ଦିନଟି ଏକ ଶୁଭ ଦିନ ଥିବାରୁ,ବହୁ ଲୋକ ନୂତନ ଘର ନିର୍ମାଣ ନିମନ୍ତେ ଭୂମି ପୂଜନ କରିଥିବା ବେଳେ, ଆଉ କେତେକ ନୂତନ ଭାବେ ତୋଳା ଯାଇଥିବା ଘରକୁ ପରିବାର ଆଗମନ କରିଥିବାର ଦେଖା ଯାଇଥିଲା ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)