November 14, 2024

କୁନ୍ଦୁରା ସରକାରୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Share

 

କୁନ୍ଦୁରା ବ୍ଲକ ସ୍ଥିତ ଆସନା ପଞ୍ଚାୟତ ସଦର ମହକୁମା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ପ୍ରଗତି ଜେନା ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ଵାଗତ ସଭା କାର୍ଯ୍ୟ ଆରମ୍ଭ କରି ବିଦ୍ୟାଳୟର ଅଗ୍ରଗତି ବିବରଣୀ ପାଠ କରିଥିଲେ l ଏବଂ ନିଜ ବକ୍ତବ୍ୟରେ କହିଥିଲେ କି ବିଦ୍ୟାଳୟ ରେ ପ୍ରାୟ 15 ରୁ 20 ଟି ଗାଁ ରୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l 2016 ମସିହା ଠାରି ଆଜି ପର୍ଯ୍ୟନ୍ତ 2 ଜଣ ଛାତ୍ର, ଜଣେ ଛାତ୍ରୀ ନେସନାଲ୍ inspier ଆୱାର୍ଡ, ଓ ନିକଟ ଅତୀତରେ ଖୋକ ଖେଳରେ 3 ଜଣ ଛାତ୍ରୀ ରାଜ୍ଯ ସ୍ତରରେ ଖେଳିବା ସହ ଜଣେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି l ଏହି ବିଦ୍ୟାଳୟରେ ପାଠ ପଢ଼ି ଅନେକ ଛାତ୍ରଛାତ୍ରୀ ସରକାରୀ, ବେସରକାରୀ ତଥା କମ୍ପାନୀରେ ଚାକିରି ମଧ୍ଯ କରୁଛନ୍ତି l ଏ ନେଇ ଆଜି ବିଦ୍ୟାଳୟ ଗର୍ବ ଅନୁଭବ କରୁଛି ବୋଲି ମଧ୍ଯ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ହୋଇଥିବା ବରିଷ୍ଠ, କନିଷ୍ଠ , ଓ ଉପ କନିଷ୍ଠ, ବିଭାଗରେ ବିଭିନ୍ନ ଖେଳ ଉଚ୍ଚ. ଲମ୍ବା ଡିଆ, 50, 100, 200, 400 ଓ 800 ମିଟର ଦୌଡ଼, short put, ଅଖା ଡିଆ, ଭଳି ଖେଳରେ ଭାଗନେଇ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମେଡାଲ ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା l ଏବଂ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଶିକ୍ଷଣିୟ ଓ ମନରଞ୍ଜନ ଭିତିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜୟନ୍ତୀ ପୂଜାରୀ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ଯା ଗୋରୀ ହରିଜନ, ନାଏବ ସରପଞ୍ଚ ରାମସିଂହ ଗଉଡ, ପୂର୍ବତନ ବରିଷ୍ଠ ଶିକ୍ଷକ ଦେବରାଜ ଗଉଡ, smc ସଭାପତି ଦୁର୍ଯ୍ଯୋ ହରିଜନ, ବୁଦ୍ଧିଜୀବୀ ତଥା ସାମାଜ ସେବୀ ଓବେଦୂର ରହେମାନ, ରାମଚନ୍ଦ୍ର ତ୍ରିପାଠୀ, kdf ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଦ୍ଦଶା ବେହେରା, ମୁଖ୍ୟ ବକ୍ତା ଭାବେ ସାମାଜ ସେବୀ ସୁରେନ୍ଦ୍ର ସଗରିଆ, ପ୍ରମୂଖ ମଞ୍ଚାସୀନ ଥାଇ ଆସନା ବିଦ୍ୟାଳୟର ଆଜିର ବୟଷ 63 ବର୍ଷ ଏ ମଧ୍ୟରେ ସରକାରୀ ବ୍ୟବସ୍ତା ମଧ୍ୟରେ ଅନେକ କାର୍ଯ୍ୟକ୍ରମ ମାନ ହୋଇ ଆସୁଥିବା ବେଳେ ବାର୍ଷିକ ଉତ୍ସବ ପୂର୍ବରୁ ଏତେ ଆଡ଼ମ୍ବର ଭାବେ ହୋଇନଥିବା ଓ ଛାତ୍ର ଛାତ୍ରୀଙ୍କ ଲୁକାୟିତ ଖେଳ, ସଙ୍ଗୀତ, ନୃତ୍ୟ ଆଦି ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ବଡ ସୁଯୋଗ ଯାହା ଦ୍ଵାରା କି ପାଠ ପଢା ବ୍ୟତୀତ ଏ ସବୁ ଦିଗ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ପ୍ରତିଯୋଗୀ ମନୋଭାବ ଜାଗ୍ରତ ହୋଇପାରିବ l ନିର୍ଦ୍ଧିଷ୍ଠ ଲକ୍ଷ, ଭଲ ସଂସ୍କାର, ସହ କଠିନ ପରିଶ୍ରମ କରି ଭଲ ପାଠ ପଢ଼ିଲେ ଭଲ ମଣିଷ ହୋଇ ପାରିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ kdf ବିଦ୍ୟାଳୟ ରୁ ଛାତ୍ରୀ ଓ ଶିକ୍ଷୟିତ୍ରୀ ସାମିଲ୍ ହୋଇଥିଲେ l କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ଛାତ୍ରୀ ମାନଙ୍କ ଦ୍ଵାର ପରିବେଷଣ କରିଥିଲେ ଶିକ୍ଷା ଓ ସଡ଼କ ସୁରକ୍ଷା ଉପରେ ଆଧାରିତ ଏକ ନାଟକ l ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆସନା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନଙ୍କ ଦ୍ଵାରା ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ରବି ନାୟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଜିତ କୁମାର ଜେନା ପରିଚାଳନା କରିଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସୁରୁଖୁରୁ ଓ ଉତ୍ସାହ ଜନକ ଭାବେ ସମାପନ ହୋଇଥିବାବେଳେ ଶିକ୍ଷକ କାଳନ୍ଦୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l( କୋରାପୁଟ ଜିଲ୍ଲା ପ୍ରତିନିଧି ହରିଷ ପଟ୍ଟନାୟକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଓଡିଶା )