March 10, 2026

ପାଟପୁର କଲେଜ ରେ ଫକୀର ମୋହନ ଜୟନ୍ତୀ ପାଲିତ:

IMG-20260114-WA0055
Share

 

 

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ ପ୍ରକୋଷ୍ଠ ମଧ୍ୟରେ ଫକୀର ମୋହନ ଜୟନ୍ତୀ ସମାରୋହ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡ଼. ଶଙ୍କର ପ୍ରସାଦ ଅଧିକାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ବକ୍ତା ଭାବରେ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ସିମାଞ୍ଚଳ ପ୍ରଧାନ ଯୋଗ ଦେଇଥିଲେ । ଫକୀର ମୋହନ କିପରି ଓଡ଼ିଆ ଭାଷା ଓ ସାହିତ୍ୟର ସେନାପତି ଏହି ମତର ସାର୍ଥକତା ପ୍ରତିପାଦନ କରିବା ସହ , ଫକୀର ମୋହନ ସାହିତ୍ୟର ମୂଲ୍ୟାୟନ କରିଥିଲେ । ତତ୍ ସହିତ ସମ୍ମାନିତ ଅତିଥି ଭାବରେ ରସାୟନିକ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ବିଭାଗ ମୁଖ୍ୟ ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଫକୀର ମୋହନ ଙ୍କ ଜୀବନାୟନ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼. ସୁରେନ୍ଦ୍ର ଶବର ଅତିଥି ପରିଚୟ ପ୍ରଦାନ କରିବା ସହ ବିଭାଗର ଅଧ୍ୟାପକ କୁରେଶ୍ ମହାରଣା ଓ ଇଂରାଜୀ ବିଭାଗ ଅଧ୍ୟାପକ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ବିଭାଗର ଅନ୍ୟତମ ଅଧ୍ୟାପିକା ବର୍ଷାରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଆଲୋଚନା ଚକ୍ର ତଥା ଜୟନ୍ତୀରେ ବିଭାଗର ଛାତ୍ର ଛାତ୍ରୀ ଯୋଗ ଦେବା ସହ ଭିତ୍ତି ପ୍ରବନ୍ଧ ଉପସ୍ଥାନ କରିଥିଲେ । ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର