ଗଞ୍ଜାମ ଏନ. ଏ. ସି. ଇଓ ସେଲଫି ପୟଣ୍ଟ ଅନୁଧ୍ୟାନ କଲେ
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପୟଣ୍ଟକୁ ଶୁକ୍ରବାର ଏନଏସି ଇଓ ଅବିନାଶ ମିଶ୍ର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନଏସି କନିଷ୍ଠ ଯନ୍ତ୍ରୀଙ୍କ ଆଲୋଚନା କରିଥିଲେ l ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଇଓ ମିଶ୍ରଙ୍କ ଉଦ୍ୟମରେ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ନିକଟରେ ଜଳସ୍ରୋତର ଡିଜାଇନ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ଦାମୋଦର ପୁର ଠାରେ ଅଶୋକ ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣା ପଡିଛି l ଅନୁଧ୍ୟାନ ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଏକ୍ସପୋଟ ଅଧିକାରୀ ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l