ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ର ପ୍ରସ୍ତୁତି ବୈଠକ
ଚିକିଟି ସୁଭଶ୍ରୀ ପ୍ରଧାନ
ଆସନ୍ତା ୧୭ ତାରିଖରେ ପେନସନ ର ମନଙ୍କର ସ୍ବାର୍ଥରେ ଅର୍ଥ ଆଇନ ୨୦୨୫ର ସଂଶୋଧିତ ଧାରା ପ୍ରତ୍ୟାହାର ଓ ଚିକିତ୍ସା ଭତ୍ତା ସ୍ବାସ୍ଥ୍ୟ ବୀମା ଯୋଜନା ଆଡି ଦାବୀ ନେଇ ରାଜଭବନ ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପାତ୍ରପୁର ଶାଖା ପକ୍ଷରୁ ବାଦପୁର ପଂଚାୟତ ଭୈରବୀ ଛାଞ୍ଚଡ଼ା ଠାରେ ଶଶାଙ୍କ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡି ମୋହନ ରାଓ ଯୋଗ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ପାତ୍ର, ସହ ସମ୍ପାଦକ ମହର୍ଷି ସିଂ, ରଙ୍ଗେଇଲୁଣ୍ଡା ସଭାପତି କେ କୃଷ୍ଣମୂର୍ତ୍ତି ସମ୍ପାଦକ କୈଳାସ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ର ନିଷ୍ପତ୍ତି କ୍ରମେ ଆସନ୍ତା ୧୭ ତାରିଖରେ ରାଜଭବନ ଯାଇ ରାଜ୍ୟପାଳଙ୍କ ମଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ୬ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିବାପାଇଁ ସଂଘ ସ୍ଥିର କରିଛି। ଚିକିତ୍ସା ଭତ୍ତା ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ କରିବା, ପି ଜି ପି ଏ ବିଭାଗର ପୁନଃ ସ୍ଥାପନ କରିବା,୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ କରିବା,୨୦୨୦- ୨୧ ମସିହାର ୧୮ ମାସର ମହଙ୍ଗା ଭତ୍ତା ପ୍ରଦାନ କରିବା ଆମ ବସ୍ ଭଳି ସମସ୍ତ ଘରୋଇ ବସ୍ ଓ ସରକାରୀ ବସ୍ ରେ ରିହାତି ଯାତ୍ରାର ସୁବିଧା କରିବା ଭଳି ଅନେକ ଦାବୀ ରହିଥିବାରୁ ପ୍ରତ୍ୟେକ ଅବସରପ୍ରାପ୍ତ କର୍ମଚାରୀ ରାଜଭବନ ଯିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପାତ୍ରପୁର ବ୍ଳକ ର ପ୍ରାୟ ୫୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ ।
