April 24, 2026

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଘର ତାଡି ସୁନା ଓ ଟଙ୍କା ଚୋରି

IMG-20251113-WA0031
Share

    ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଘର ତାଡି ସୁନା ଓ ଟଙ୍କା ଚୋରି ହୋଇଥିବା ନେଇ ୨୩ ଅକ୍ଟୋବର ରେ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗକାରୀ ଜଣଙ୍କ ହେଲେ ତୁଳସୀପାଳ ଗ୍ରାମର ନିତ୍ୟାନଂଦ ବେହେରା । ନିତ୍ୟାନନ୍ଦ ଅକ୍ଟୋବର ୨୨ ତାରିଖରେ ଘର ତାଲା ପକାଇ ବୁଲିବାକୁ ଯାଇଥିବା ବେଳେ। ଘର ପଡୋଶୀ ସଂଜୟ ବିଶ୍ଵାଳ ଙ୍କ ପୁଅ ବିଜୟ ବିଶ୍ଵାଳ ଘର ପାଚେରୀ ଡେଇଁ କବାଟ ତାଡି ଆଲମାରୀ ଭାଙ୍ଗି ସୁନା ଓ ଟଙ୍କା ଚୋରି କରି ନେଇଥିଲେ। ନିତ୍ୟାନନ୍ଦ ୨୩ ତାରିଖରେ ଘରକୁ ଫେରିବା ପରେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ନିର୍ଦ୍ଦେଶ କ୍ରମେ ଦୁଇଟି ସ୍କ୍ୱାର୍ଡ ଗଠନ କରି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଙ୍କ ତତ୍ତ୍ଵାବଧାନରେ ତଦନ୍ତ ଆରମ୍ଭ କରି ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ପ୍ରାୟ ୧୦୦ ଗ୍ରାମ ରୁ ଉର୍ଦ୍ଧ ସୁନା ଅଳଙ୍କାର, ରୂପା ପାଉଁଜି ଜବତ କରିଥିଲେ । ତେବେ ଘରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇନଥିବା ନେଇ ଏସଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ତୁଳସୀପାଳ ଗ୍ରାମର ବିଜୟ ବିଶ୍ଵାଳ, ସୁନା ବିକ୍ରି କରିବାର ସହଯୋଗୀ ହିନ୍ଦୋଳ ଅଞ୍ଚଳ ର ବ୍ରାହ୍ମଣ ପୁରୁଣାକୋଟ ଗ୍ରାମର କାର୍ତିକ ଦାସ ଙ୍କ ପୁଅ ପୃଥିବୀରାଜ ଦାସ, ଚୋରା ସୁନା କିଣୀଥିବା ଅଭିଯୁକ୍ତ ଜଣଙ୍କ ହେଲେ ଧର୍ମଶାଳା ଥାନା ଷେଣ୍ଢପୁର ଗ୍ରାମର ଦୁର୍ଯ୍ୟୋଧନ ଦାସ ଙ୍କ ପୁଅ ଦେବେନ୍ଦ୍ର ଦାସ। ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ ହୋଇଥିବା ନେଇ ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।