April 30, 2026

ଆସନ୍ତା ତା 18/12/2025 ଠାରୁ ଆରମ୍ଭ ହେବାକୁ ଥିବା କୋରାପୁଟ ର ସୁପରିଚିତ ଓ ସୁନାମଧନ୍ୟ ଜାତୀୟସ୍ତରୀୟ ଲୋକ ମହୋତ୍ସବ “ପରବ” – ୨୦୨୫ ର ଶୁଭାରମ୍ଭ

IMG-20251113-WA0005
Share

                                        (କୋରାପୁଟ)12/11/2025… ଆସନ୍ତା ତା 18/12/2025 ଠାରୁ ଆରମ୍ଭ ହେବାକୁ ଥିବା କୋରାପୁଟ ର ସୁପରିଚିତ ଓ ସୁନାମଧନ୍ୟ ଜାତୀୟସ୍ତରୀୟ ଲୋକ ମହୋତ୍ସବ “ପରବ” – ୨୦୨୫ ର ଶୁଭାରମ୍ଭ ଆଜି କୁସୁମଗୁଡ଼ା ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ କୁଟୁଣିପଦରରୁ କରାଗଲା। ଏହି ଶୁଭ ଅବସର ରେ

ଆଦିବାସୀ ନୃତ୍ୟ ଓ ବାଜା ସହ ଦୁଲୁକିଲା କୁଟୁଣିପଦର

ଓ ଏହାର ଆଖପାଖ ଅଞ୍ଚଳ।ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣିପଦର ଶୈବ ପୀଠ ରେ ସହସ୍ର ଶିବଲିଙ୍ଗ ଥାଇ ଆଦିବାସୀ ପୂଜକ ଙ୍କ ଦ୍ବାରା ପୂଜା ପାଉଥିବା ମନ୍ଦିରରୁ ପୂଜାର୍ଚ୍ଚନା ହେବା ପରେ ପରବ ମଶାଲକୁ ପ୍ରଜ୍ଜ୍ଵଳନ କରି ପରବ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ,କୋରାପୁଟ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ୍ ମହାଜନ ଓ ସମସ୍ତ ଅତିଥିଗଣ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ଉଦ୍ଘାଟନୀ ଉତ୍ସବ ମଞ୍ଚ ନିକଟକୁ ଆସିଥିଲେ । ସମସ୍ତ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ “ପରବ” ମହୋତ୍ସବ ର ଉଦଘାଟନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ମାନ୍ୟବର ବିଧାୟକ ରଘୁରାମ ମାଛ, ମାନ୍ୟବର ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉନ୍ତା, ମାନ୍ୟବର କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା ମହୋଦୟା,କୋରାପୁଟ ପୌରଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ମହୋଦୟ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାୟକ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେଣୁଧର ଶବର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।କୋରାପୁଟ ଜିଲ୍ଲାପାଳ ପରବ ଶପଥ ପାଠ କରାଇଥିଲେ। ଏହି ଅବସରରେ ପରବ ପୋଷ୍ଟର ଓ ଷ୍ଟିକର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ମଞ୍ଚାସିନ ଅତିଥି ମାନେ ପରବର ଗୌରବ ଗାଥା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉତ୍ସବ ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭା କୁ ଏକ ମହାନ୍ ମଞ୍ଚ ଦେଇ ତାକୁ ଉଚିତ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ୧୯୯୬ ରେ ଆରମ୍ଭ ହୋଇଥିଲା

You may have missed