ବେଗୁନିଆ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ରେ ଆରମ୍ଭ ହେଲା ସରକାର ଙ୍କର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା । ବେଗୁନିଆ ଟାଉନ୍ ହଲ୍ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା । ମୂଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକପ୍ରଦୀପ କୁମାର ସାହୁ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ । ବେଗୁନିଆ ବିଡ଼ିଓ ,ସୋଆ ୟୁନିଭରସିଟ୍ ର ପ୍ରଫେସର , ଜିଲ୍ଲା ଓ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଏବଂ ସରକାରୀ କର୍ମଚାରୀ ଗଣ ସମ୍ମାନିତ ଅତିଥି ଭାବେ ଥିଲେ ଉପସ୍ଥିତ । ସରକାରଙ୍କ ତରଫରୁ ଏକ ଯୁଗାନ୍ତକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ମାନଙ୍କୁ ଗୋପାଳନ , ମତ୍ସ୍ୟଚାଷ , କୁକୁଡ଼ା ଫାର୍ମ , ବତକ ଚାଷ , ଛେଳି ଓ ଘୁଷୁରୀ ଫାର୍ମ ପାଇଁ ସରକାର ଙ୍କ ତରଫରୁ ଚାଷୀ ମାନଙ୍କୁ କରାଯାଇଛି ସଚେତନ । ସରକାରୀ ଯୋଜନା କୁ ପଞ୍ଚାୟତ ସ୍ତରରେ ପ୍ରତି ଚାଷୀ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବା ସହିତ ଚାଷୀ ର ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗଦର୍ଶନ ଦେଖାଇବ ଏହି ମେଳା ।ବ୍ଲକ କଳା ସଂସ୍କୃତି ସଂଘ ତରଫ ରୁ ପାଲା , ସଂକୀର୍ତ୍ତନ , ପାଇକଆଖଡ଼ା ଓ ଭିନ୍ନ ଭିନ୍ନ ଷ୍ଟଲ ରେ ପଶୁପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଉନ୍ନତି କରି ପାରିବେ ବୋଲି କରାଯାଇଥିଲା ସଚେତନ । ବେଗୁନିଆ ର ୨୧ ଟି ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ଶତାଧିକ ଚାଷୀ ଏକତ୍ରିତ ହୋଇ ପଶୁ ପାଳନ ଓ ମତ୍ସ୍ୟ ଚାଷ, ଉଦ୍ୟାନ କୃଷି, କୃଷି ବିଭାଗ,ମିସନସକ୍ତି ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ । ଏତାଦୃଶ ପ୍ରୟାସ ରେ ଚାଷୀ ମାନେ ଉତ୍ସାହିତ ହେବା ସହିତ ଆନ୍ତରିକ ସ୍ଵାଗତ ସହ ସାଧୁବାଦ ପ୍ରଦାନ କରିଥିଲେ ।
