November 23, 2024

ମା’ଜେନାମଣିଙ୍କ ପୀଠରେ କାର୍ତ୍ତିକେଶ୍ୱର ଙ୍କର ପୂଜା ଆରମ୍ଭ। 

Share

 

ବୋଲଗଡ଼,ଧାର୍ମିକ କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଅସରଳାଦଳ ପଞ୍ଚାୟତ ରେ ଥିବା ଆରାଧ୍ୟ ଠାକୁରାଣୀ ମା’ଜେନାମଣି ଙ୍କ ପୀଠରେ ଆଜିଠାରୁ କାର୍ତ୍ତିକେଶ୍ୱରଙ୍କର ପୂଜା ୪ଦିନ ବ୍ୟାପି ହୋଉଛି। ପ୍ରଥମ ଦିବସରେ କର୍ତ୍ତା ଭାବେ ରଂଜନ ମାର୍ଥି ଓ ତାଙ୍କ ଧର୍ମପତ୍ନୀ ପତ୍ନୀ ସିତା ଲେଙ୍କା ଉପସ୍ଥିତ ରହି କାର୍ତ୍ତିକେଶ୍ୱର ଙ୍କର ଆବାହନ ଠାରୁ ସଂଧ୍ୟା ଆଳତୀ ପର୍ଯ୍ୟନ୍ତ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ କଳସଯାତ୍ରା, ସ୍ୱାଗତ, ପ୍ରାଣ ପ୍ରତିଷ୍ଠା, ହୋମ ଯଜ୍ଞ,ପୂର୍ଣ୍ଣାହୁତି, ଆଳତି ଆଦି କାର୍ଯ୍ୟ କ୍ରମ ଅସରଳା ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ଵାରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏବଂ ପ୍ରତେହ ପ୍ରସାଦ ସେବନ ସହିତ ରାତ୍ରି ରେ ସସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି। ୧୮ ତାରିଖରେ ରବିବାର ଦିନ ଭଷାଣି କାର୍ଯ୍ୟ କ୍ରମ ପୂଜା କମିଟି ଦ୍ବାରା ସ୍ଥିର ହୋଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।