April 29, 2026

ସର୍ଜନ ଶିଳ୍ପର ମୁଗ୍ଧସ୍ଥପତି : ମୋତିଲାଲ ପତି ପୁସ୍ତକ ଉନ୍ମୋଚିତ

IMG-20251013-WA0010
Share

 

 

ବେଲଗୁଣ୍ଠା,୧୨/୧୦, ପୂଜ୍ୟପୂଜା ପରିଷଦ,ବେଲଗୁଣ୍ଠାର ସମ୍ମୋହକ ଆତିଥ୍ୟ ଆନୁକୂଲ୍ୟରେ ଆୟୋଜିତ ଗ୍ରନ୍ଥୋନ୍ମୋଚନ ମହୋତ୍ସବରେ ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ଗୀତିକାର ମୋତିଲାଲ ପତିଙ୍କ ରଚିତ ସର୍ଜନ ଶିଳ୍ପର ମୁଗ୍ଧସ୍ଥପତି : ମୋତିଲାଲ ପତି ପୁସ୍ତକ ଉନ୍ମୋଚିତ ହୋଇଯାଇଛି I ବେଲଗୁଣ୍ଠା ସାଇ ଆଇଟିଆଇ ପରିସରରେ ଆଇନଜୀବୀ ବିପିନ ବିହାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଡ଼ିଓ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଶାନ୍ତନୁ କୁମାର ରଥ ଯୋଗ ଦେଇ ପୁସ୍ତକଟି ଉନ୍ମୋଚନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟ ବକ୍ତା ରୂପେ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ତଥା ଉନ୍ମୋଚିତ ପୁସ୍ତକର ସମ୍ପାଦକ ଡଃ ନଳିନୀ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର,ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଲୋକନାଥ ମହାନ୍ତି, ଗ୍ରନ୍ଥ ଲେଖକ ମୋତିଲାଲ ପତି ଏବଂ ଗ୍ରନ୍ଥାଲୋଚକ ଭାବେ କବି ପ୍ରଶାନ୍ତ ମହାନ୍ତି ମଞ୍ଚାସୀନ ଥିଲେ I ଏହି ଅବସରରେ ଲେଖକ ଶ୍ରୀ ପତିଙ୍କ ଦ୍ୱାରା ରଚିତ ସୀତେଶ ବିଳାସ ଚମ୍ପୂ ପୁସ୍ତକରୁ ଚାରି ଗୋଟି ଚମ୍ପୂକୁ ଅବସରପ୍ରାପ୍ତ ଅଧ୍ୟାପକ ଲୋକନାଥ ମହାନ୍ତି ଏବଂ ଗଣେଶ୍ଵର ସାହୁ ଗାନ କରିଥିଲେ I ପୁସ୍ତକ ଉପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକମାନେ ପଠାଇଥିବା ସମୀକ୍ଷା ଗୁଡ଼ିକୁ ପୁସ୍ତକର ସମ୍ପାଦକ ଡଃ.ନଳିନୀ କୁମାର ପାଣିଗ୍ରାହୀ ସମ୍ପାଦନା କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବେଲଗୁଣ୍ଠା ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ସାହିତ୍ୟିକ ଅରୁଣାଞ୍ଚଳ ପତି,ପ୍ରଭାତ କୁମାର ଆଚାର୍ଯ୍ୟ, ବିମ୍ବାଧର ଷଡ଼ଙ୍ଗୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ଗୋପାଳ ଚନ୍ଦ୍ର ଲେଙ୍କା, ପ୍ରକାଶ ସାହୁ, ନେତାଜୀ ବିଷୋୟୀ, ଅନନ୍ତ କର,ବୁଟୁ ଦାସ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି, ଶିବରାମ ଚୌଧୂରୀ, ଲୋକନାଥ କରଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ I ଶମ୍ଭୁ ପ୍ରସାଦ ପତି, ରଜନୀକାନ୍ତ ମହାପାତ୍ର,ବିନୋଦ ବିହାରୀ ପତି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

 

You may have missed