June 29, 2024

ବିଇଓ ଅଫିସ ସମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

Share

ବିଇଓ ଅଫିସ ସମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କlରଣରୁ ସସ୍ପେଣ୍ଡ କରିଛନ୍ତି ବିଇଓ ଭାଗିରଥି ବେହେରା l ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ଏନେଇ ଗୁରୁବାର ସ୍କୁଲ ଟାଇମରେ ପାଠପଢା ଛାଡି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରୀଛାତ୍ରଙ୍କ ସମେତ ସ୍କୁଲ ପରିଚାଳନା କମିଟି ବୃନ୍ଦ l ପ୍ରଧାନ ଶିକ୍ଷକ ବେହେରାଙ୍କ ସସ୍ପେଣ୍ଡ ଅର୍ଡର ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ ଅଭିଭାବକ ସଙ୍ଘ ଓ ଛାତ୍ରୀଛାତ୍ର l ଆମକୁ ଦରକାର ଆମ ପ୍ରଧାନ ଶିକ୍ଷକ l ପ୍ରଧାନ ଶିକ୍ଷକ ନ ଆସିଲେ ଆମେ ଆସନ୍ତା କାଲି ହେବାକୁ ଥିବା ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଛାତ୍ରୀଛାତ୍ର l ପ୍ରଧାନ ଶିକ୍ଷକ ବେହେରା ଆମର ଗଣିତ ଓ ଇଂଲିଶ ସବଜେକ୍ଟ ନେଇଛନ୍ତି ଆମେ କିପରି ପଢ଼ିବୁ ଓ କେମିତି ପରୀକ୍ଷା ଦେବୁ ବୋଲି ସ୍କୁଲ ପିଲାମାନେ ପ୍ରଶ୍ନ କରିଛନ୍ତି l ଏବିଇଓ ବିଜୟ ଚନ୍ଦ୍ର ବେହେରା ଧାରଣା ସ୍ଥଳକୁ ଆସି ଉତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣାରୁ ହଟି ନାହାନ୍ତି ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟି ଓ ଛାତ୍ରୀ ଛାତ୍ର l ଆସନ୍ତା ତିନି ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ଏବିଇଓ ବେହେରା କହିବା ପରେ ମଧ୍ୟ ଜିଦରେ ଅଟଳ ଅଟଳ ଅଛନ୍ତି ସ୍କୁଲ ପିଲା l ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିବା ଦେଖିବାକୁ ମିଳିଛି l ଖବର ଶେଷ ସୁଦ୍ଧା ଧାରଣା ଜାରି ରହିଛି l ବିଇଓ ବେହେରା ଆକ୍ରୋଶ ମୂଳକ ଭାବେ ତାଙ୍କୁ ସସ୍ପେଣ୍ଡ କରିଛନ୍ତି ବୋଲି ସ୍କୁଲ ପିଲାମାନେ ବିଇଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି l