ସେବା ପକ୍ଷ ପାଳନ ପାଇଁ ମଣ୍ଡଳ ସ୍ତରୀୟ କର୍ମଶାଳା

ବୁଗୁଡା : ତା ୧୩/୦୯/୨୫ : ସ୍ଥାନୀୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ଆଗାମୀ ସେବା ପକ୍ଷ ପାଳନ ଉପଲକ୍ଷେ ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଚଳିତ ମାସ ୧୭ରୁ ଆଗାମୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ହେବାକୁ ଥିବାବେଳେ ସେ ଅବସରରେ ଆୟୋଜିତ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ସ୍ବାସ୍ଥ୍ୟ ଶିବିର, ବୁଦ୍ଧିଜୀବୀ ସମ୍ମିଳନୀ, ସ୍ବଚ୍ଛତା ରକ୍ଷା ଅଭିଯାନ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କର୍ମଶାଳାରେ ବିଜେପିର ବୁଗୁଡା ମଣ୍ଡଳ ସଭାପତି କେଦାରନାଥ ମହାରଣା, ଯୁବମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ବାଲିପଦର ମଣ୍ଡଳ ସଭାପତି ଭଗବାନ ଜେନା ଓ କରଚୁଲି ମଣ୍ଡଳ ସଭାପତି ସୁନୀଲ ପ୍ରଧାନଙ୍କ ସମେତ ଦଳର ଅନେକ ସକ୍ରିୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଥିଲେ।
