June 12, 2026

ବିଭିନ୍ନ ଅନୁଷ୍ଠାନରେ “ବିଶ୍ୱ ପ୍ରାଥମିକ ସହାୟତା ଦିବସ”

IMG-20250913-WA0051
Share

 

 

ବେଲଗୁଣ୍ଠା, ୧୩/୦୯, ବେଲଗୁଣ୍ଠାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବିଶ୍ୱ ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଯାଇଛି I କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡ଼କ୍ରସ ଶାଖା ତରଫରୁ ଅନୁଷ୍ଠିତ “ବିଶ୍ୱ ପ୍ରାଥମିକ ସହାୟତା ଦିବସ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସ୍ଵେଚ୍ଛାସେବୀମାନେ ପ୍ରାଥମିକ ସହାୟତା ଭଳି ମହତ କାର୍ଯ୍ୟରେ ନିୟୋଜିତ ହୋଇ ଆହତ ବ୍ୟକ୍ତିମାନଙ୍କୁ ତ୍ୱରିତ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଡେମୀକ ସଂଯୋଜିକା ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ପ୍ରଶାସନିକ ଅଧୀକ୍ଷକ ଅଧ୍ୟାପକ ତ୍ରିନାଥ ବେହେରା, ଯୁବ ରେଡ଼କ୍ରସ ମହିଳା ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଏବଂ ସହ ଉପଦେଷ୍ଟା ସୌମେନ୍ଦୁ ପଣ୍ଡା ପ୍ରମୁଖ ସଂମ୍ମାନିତ ଅତିଥିଭାବେ ମଞ୍ଚାସିନ ରହି ଉପସ୍ଥିତ ସ୍ବେଛାସେବୀମାନଙ୍କୁ ପ୍ରାଥମିକ ସହାୟତା ଏବଂ ଜଳବାୟୁ ପରିବର୍ତନ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ପ୍ରାଥମିକ ସହାୟତାର ଉପଚାର କୌଶଳ ଗୁଡିକୁ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଦର୍ଶନ କରିଥିଲେ। ଯୁବ ରେଡ଼କ୍ରସର ସହ ଉପଦେଷ୍ଟା ଅଧ୍ୟାପକ ସୌମେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ଦେବେଶ ଚନ୍ଦ୍ର ମହାପାତ୍ର, ପି ଦିପକ ରାଓ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ୱାଳ, ମନୋଜ କହଁର, ଭବାନୀ ଶଙ୍କର ରା, ଗାଙ୍ଗୁଲି ପାଲଟାସିଂ, ଆଶୁତୋଷ ପ୍ରଧାନ,କିରନ କହଁର, ସୁନିତା ଦଳବେହେରା, , ବଳରାମ ଗୌଡ଼ ଏବଂ ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ.ଗିରିଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ଡ.ଇ. ରବିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୂର୍ବିପାକ ସମୟରେ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀମାନେ ଆହତ ମାନଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରି ମେଡ଼ିକାଲ୍ ରେ କିପରି ପହଞ୍ଚାଇବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ I ଅଧ୍ୟାପକ ଦେବଦୂତ ଗୌଡ, ସଞ୍ଜୟ କୁମାର ଫଣ୍ଡ ଅଧ୍ୟାପିକା ଅନିତା ତ୍ରିପାଠି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୁର୍ବିପାକ ସମୟରେ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ଏବଂ ଜଳବାୟୁ ପରିବର୍ତ୍ତନର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ I ଯୂବ ରେଡକ୍ରସ୍ କାଉନସିଲର୍ ଡ଼. ସଞ୍ଜିବ୍ କୁମାର ଦାସ କାର୍ଯ୍ୟକ୍ରମକୁ ସଂଯାଜନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed