March 10, 2026

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରାୟଗଡ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କଲେ .

IMG-20240913-WA0023
Share

ରାୟଗଡା : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ ଏହି ବୈଠକରେ ଯୋଗଦେଇ ସୁଭଦ୍ରା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଫର୍ମ ପହଞ୍ଚାଇବା, ପୂରଣ କରିବା, ଫର୍ମ ଅପଲୋଡ଼ ରେ ଜିଲ୍ଲାର ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସୁଭଦ୍ରା ଋଥ, ସଚେତନ ପୋଷ୍ଟର, ଲିଫଲେଟ, କାନ୍ଥ ପୋଷ୍ଟର ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ବିଷୟରେ ସଚେତନ କରିବା ସମ୍ବନ୍ଧ ରେ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ଯରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲା ପରିଷଦ ମୁଖ୍ଯ କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବିଜୟ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିମା ପ୍ରଧାନ, ମମତା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ମହାପାତ୍ର, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ରୀ ହେମନ୍ତ ବାଗ, ଜିଲ୍ଲା ଇ-ଗଭରନାନ୍ସ ମେନେଜର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ଯୋଗଦେଇ ଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ