September 21, 2024

ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା 

Share

ବୁଗୁଡା : ତା ୧୩/୦୯/୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡା ଏବଂ ବି.କରଡ଼ାବାଡ଼ି ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ ସଭାପତି ତଥା ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ, ପୋଲିସ ଏଏସଆଇ ବିନାୟକ ବିଧାର, ଏବିଇଓ ଅମିତା କୁମାରୀ ପାଢୀ, ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡା ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ । ଏ ଅବସରରେ ପ୍ରତିଯୋଗୀଙ୍କ ମଧ୍ୟରେ ଦୌଡ, ଲଙ୍ଗ୍ ଜମ୍ପ, ହାଇ ଜମ୍ପ୍, ତ୍ରିପଲ୍ ଜମ୍ପ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜଭଲିନ୍ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୭ଟି ବିଦ୍ୟାଳୟରୁ ବରିଷ୍ଠ ବର୍ଗରେ ୧୬୩ ଏବଂ କନିଷ୍ଠ ବର୍ଗରେ ୫୪ ଜଣ ହିସାବରେ ମୋଟ ୨୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବୁଗୁଡା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ ସେକ୍ରେଟାରୀ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ସମେତ ବିଭିନ୍ନ ହାଇସ୍କୁଲର କ୍ରୀଡା ଶିକ୍ଷକ ବିଜୟ କୁମାର ବିଷୋୟୀ, ଲକ୍ଷ୍ମଣ ବେହେରା, ବିନୋଦ ବେହେରା, ଅମୀୟ ରଞ୍ଜନ ଭୂୟାଁ , ଦ୍ଯୁତିକୃଷ୍ଣ ପାତ୍ର , ସିଦ୍ଧାନ୍ତ କୁମାର ରାଉତ, ବିଭୁ ପ୍ରସାଦ ନନ୍ଦ ଓ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।