September 21, 2024

ଅସ୍ତରଙ୍ଗ ପ୍ରସ୍ତାବିତ ବନ୍ଦର ନେଇ ବାଦ ବିବାଦ ଭିତରେ ଜନ ଶୁଣାଣି ଶେଷ ।

Share

 

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ପ୍ରତିଷ୍ଠା ହେବାକୁ ଥିବା ରାଜ୍ୟ ସରକାରଙ୍କର ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ପ୍ରସ୍ତାବିତ ବନ୍ଦରର ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ଜନ ଶୁଣାଣି ନବଯୁଗ ଇଂଗିନୀରିଂ କମ୍ପାନୀ ସହଭାଗିତାରେ ଶୁକ୍ରବାର ଦିନ ଅନୁଷ୍ଠିତ ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଅଛି । ଆୟୋଜିତ ଜନ ଶୁଣାଣିରେ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକ ମାନେ ବନ୍ଦର ସପକ୍ଷ ରେ ମତ ଦେଇଥିବା ବେଳେ ବନ୍ଦର ହେଲେ ଅସ୍ତରଙ୍ଗ ଉପକୂଳ କିପରି କ୍ଷତିଗ୍ରସ୍ଥ ହେବ ସେ ବିଷୟ ରେ ପରିବେଶବିତ୍ ତଥା ମିଳିତ ଜାତିସଙ୍ଗର ଯୁବ ଅଧିବକ୍ତା ଶ୍ରୀ ସୌମ୍ୟରଂଜନ ବିଶ୍ଵାଳ ସମାବେଶରେ ମତ ବ୍ୟକ୍ତ କରିଥିଲେ । ହେବାକୁ ଥିବା ବନ୍ଦର ଦ୍ବାରା ଅଲିଭ୍ ରିଡେଲ କଇଁଚ ଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ,ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖିନ ଓ ପରିବେଶ ଆଦି ଉପରେ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଶ୍ରୀ ବିଶ୍ଵାଳ ତାଙ୍କର ମତବ୍ୟକ୍ତ କରିଥିଲେ । ଏହି ଜନ ଶୁଣାଣିରେ ଅସ୍ତରଙ୍ଗ ଅଞ୍ଚଳର ବହୁ ବ୍ୟକ୍ତି ଯୋଗ ଦାନ କରିଥିବା ବେଳେ,ବିସ୍ଥାପିତ ହେବାକୁ ଥିବା ଛୁରିଆନା ଗ୍ରାମପଞ୍ଚାୟତ ର ଜଣେ ଯୁବକ ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବ୍ୟକ୍ତି ଦେଖିବାକୁ ମିଳି ନ ଥିଲା। ଏହି ଜନଶୁଣାଣୀ ସମାବେଶରେ ରାଜ୍ୟ ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଶୋହନ ଗିରି,ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ନାଥ ମହାନ୍ତି,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମ୍ୟରଞ୍ଜନ ମଲିକ,ପ୍ରମୁଖ ଯୋଗ ଦେଇଥିବା ବେଳେ,ଜିଲ୍ଲା ପ୍ରଶାସନ ତରଫରୁ ଏ ଡି ଏମ,କୈଳାଶ ଚନ୍ଦ୍ର ନାୟକ,ଜମି ଅଧିଗ୍ରଣଣ ଅଧିକାରୀ କୈବଲ୍ୟ କର,ଓ ନିରଞ୍ଜନ ବାରିକ,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ରେଞ୍ଜର ମୋନାଲିସା ମହାପାତ୍ର,ଅତିରିକ୍ତ ଏସ ପି,ବିଷ୍ଣୁ ପ୍ରସାଦ ପତି,ନିମାପଡ଼ା ଏସ୍ ଡି ପି ଓ,ପ୍ରଭାତ କୁମାର ମଲ୍ଲିକ,ପ୍ରମୁଖ ଯୋଗଦାନ କରି,ପ୍ରସ୍ତାବିତ ବନ୍ଦର ଜନ ଶୁଣାଣି ରେ ଭାଗ ନେଇ ସେମାନଙ୍କର ମତବ୍ୟକ୍ତ କରିଥିବା ବେଳେ,ଅତିରିକ୍ତ ଜିଲ୍ଲାପାଳ ରେଭିନୁ,ଶ୍ରୀ ନାୟକ କହିଥିଲେ ଯେ, ବନ୍ଦର ଯେଉଁ ଜାଗାରେ ହେବ,ସେଠୀ ଜନ ଶୁଣାଣି ସହ ଗ୍ରାମ ସଭା ଆଦି କରା ଯିବ ଓ ଏହା ଏକ ଲମ୍ବା ପ୍ରୟାସ ହୋଇଥିବାରୁ ଲୋକଙ୍କ ମତାମତ ନିଆଜାଇ କାର୍ଯ୍ୟକ୍ରମ ହାତକୁ ନିଆ ଯିବ । ବିସ୍ଥାପିତ ଅଞ୍ଚଳ ଠାରୁ୧୨ କିଲୋମିଟର ଦୂରରେ ଏହି ଜନ ଶୁଣାଣି ହେଉ ଥିବାରୁ ,ଆଗାମୀ ଦିନରେ ବିସ୍ଥାପିତ ଅଞ୍ଚଳ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ର ନିର୍ଦ୍ଦେଶ ମୂତବକ ସେହି ଅଞ୍ଚଳରେ ଜନ ଶୁଣାଣି କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।

ଅପର ପକ୍ଷରେ,ବିସ୍ଥାପିତ ବିରୋଧୀ ମଞ୍ଚ ତଥା ଭିଟାମାଟି ସୁରକ୍ଷା ସଂଗଠନ ତରଫରୁ ପିର ଜାହାନିଆଁ ଠାରେ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବନ୍ଦର ବିରୋଧୀ ସମାବେଶରେ ଅସ୍ତରଙ୍ଗ ଅଞ୍ଚକର ୧୨ ଖଣ୍ଡ ଗ୍ରାମର ଅଧିବାସୀ ମାନେ ଏକତ୍ର ହୋଇ ବନ୍ଦର ବିରୁଦ୍ଧରେ ମତବ୍ୟକ୍ତ କରିଥିଲେ ଓ ଭିଟା ମାଟିର ସୁରକ୍ଷା ପାଇଁ ରକ୍ତ ଦେବା ସହ ସଂଗ୍ରାମ ଜାରି ରହିବ ବୋଲି ବିଶାଳ ଜନ ସମାବେଶ ରେ ହଜାର ହଜାର ଲୋକଙ୍କୁ ସେମାନଙ୍କର ଭବାବେଗ ପରିପ୍ରକାଶ କରିଥିଲେ । ଏହି ସମାବେଶ ରେ,ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟାକ୍ଷ ଶ୍ରୀ ସ୍ଵାଧନ କୁମାର ନାୟକ, ଆବାହକ ଶୋଭାକର ବେହେରା,ସୁରକ୍ଷା ମଞ୍ଚ ସଭାପତି ପ୍ରଫୁଲ୍ଲ ବିଶ୍ଵାଳ,ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟଷ ଆରତୀ ନାଏକ,ଅସ୍ତରଙ୍ଗ ସରପଞ୍ଚ ରାମ ଚନ୍ଦ୍ର କାଣ୍ଡୀ, ଚ୍ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ତୀ, ସେମିତି ସଭ୍ୟ ବିମ୍ବାଧର ବିଶ୍ଵାଳ ସମାଜସେବୀ ଦିବାକର ଛାଟୋଇ, ଆଦି ଭାଶଣ ଦେଇ ବନ୍ଦର ନିର୍ମାଣ କୁ ବିରୋଧ କରୁଥିବା ବେଳେ,ସମ୍ଭ୍ୟାବ ବିସ୍ଥାପିତ ଙ୍କ ଦାବି ଓ ତାଙ୍କର ସମସ୍ୟା ସମାଧାନ ଦିଗରେ ଆଲୋକ ପାତ କରିଥିଲେ ।