March 11, 2026

କୁଜଙ୍ଗ ରେ ବିଜେଡ଼ିର ନିର୍ବାଚନୀ ସମୀକ୍ଷା ବୈଠକ

IMG-20240913-WA0000
Share

      ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଷଣ୍ଢପୁର ସ୍ଥିତ ଜନ ସମ୍ପର୍କ କାର୍ଯ୍ୟାଳୟରେ କୁଜଙ୍ଗ ବ୍ଲକ ବିଜେଡି କର୍ମୀମାନଙ୍କୁ ନେ଼ଇ ନିର୍ବାଚନୀ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ଗତ ସପ୍ତାହରେ କୁଜଙ୍ଗ ବ୍ଲକର ସମିତି ସଭ୍ୟ ସଭ୍ୟା ମାନଙ୍କୁ ନେଇ ପୁରୀରେ ଅଭଡ଼ା ରାଜନୀତି କରିବା ପରେ ଗତକାଲି ଏହି ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବ ନେତା ପ୍ରଫୁଲ୍ଲ କୁମାର ପରିଡ଼ା, ଇଂ ବିକ୍ରମ କେଶରୀ ରାଉତରାୟଙ୍କ ନେତୃତ୍ୱରେ କୁଜଙ୍ଗ ବ୍ଲକର ୨୮ ପଞ୍ଚାୟତର ଶତାଧିକ କର୍ମୀଙ୍କୁ ନେଇ ଆୟୋଜିତ ଏହି ବୈଠକ ରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ଶ୍ରମିକ ନେତା ବାପି ସାର୍ଖେଲ ଯୋଗଦେଇ କର୍ମୀମାନେ ପୁଣି ସଙ୍ଗଠିତ ହୋଇ ଲୋକମାନଙ୍କ ନିକଟତମ ହୋଇ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଉଥିଲେ। ନିୟମିତ ଭାବେ ଏପରି। ବୈଠକ ଆୟୋଜନ କରିବା ସହିତ ଆଗାମୀ ଦିନରେ ବିଜୁ କର୍ମୀ ଙ୍କୁ ନେଇ କୁଜଙ୍ଗ ବ୍ଲକ ପଡ଼ିଆରେ ସମ୍ମୁଖରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦେଉଥିଲେ। ଏହି ବୈଠକ ରେ 20 ଜଣ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ମୁରବି ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଚାର କମିଟିର ଅଧ୍ୟକ୍ଷ ଡ଼. ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିଲେ।