ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଠରେ ଛାତ୍ର ସଂସଦର ଅଭିଷେକ ସମାରୋହ …….

Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ତା: ୧୩.୦୮.୨୦୨୪ ରିଖ (ମଙ୍ଗଳବାର) ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ଛାତ୍ର ସଂସଦର ଅଭିଷେକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିତେଷ କୁମାର ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମାରୋହରେ ସମସ୍ତ ଛାତ୍ର ସଂସଦକୁ ସମ୍ମାନିତ କରାଯିବା ସହ ବିଦ୍ୟାଳୟ ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ବିଦ୍ୟାଳୟ ମୋର ଏବଂ ଏହାର ସର୍ବାଙ୍ଗୀନ ବିକାଶ ଏବଂ ଛାତ୍ରଛାତ୍ରୀ ସଫଳ ଭାଗିଦାରୀ ଉପରେ ଗୁରୁତ୍ୱ ଦେବି ବୋଲି ବିଦ୍ୟାଳୟ କ୍ୟାପଟେନ ଶ୍ରୀମାନ ବିବେକ ଭୂଷଣ ନାୟକ (ବାଳକ)କହିଥିଲେ। ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କର ବିକାଶରେ ମୁଁ ଏବଂ ମୋର ପୁରା ସଂସଦ ଗୁରୁତ୍ୱ ଦେବ ବୋଲି ବିଦ୍ୟାଳୟ କ୍ୟାପଟେନ (ବାଳିକା) ସୁଶ୍ରୀ ସିଦ୍ଧି ସୁନୟନା ଗନ୍ତାୟତ ଦୃଢକ୍ତି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବର୍ମା ଛାତ୍ର ସଂସଦର ଗୁରୁତ୍ଵ, ଏହାର ସଦସ୍ୟଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେବା ସହ ଛାତ୍ର ସଂସଦଙ୍କୁ ଶପଥ ପାଠ କରାଇ ସାସେ ଓ ବେଡ୍ଜ ଦେଇ ସମ୍ମାନିତ କରିଥିଲେ। ଛାତ୍ର ସଂସଦର ଅଗ୍ରଣୀ ଭିତ୍ତିକ କାର୍ଯ୍ୟରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ହେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ବିଦ୍ୟାଳୟ ସି.ସି.ଏ. ପ୍ରଭାରୀ ଶ୍ରୀ ବ୍ରିଜେଶ କୁମାର ସଭାର ସଞ୍ଚାଳନ ତଥା ସମ୍ପାଦନ କାର୍ଯ କରିଥିବା ବେଳେ ସଭାରେ ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଓ ଶକ୍ଷୟିତ୍ରୀ ଉପସ୍ଥିତ ଥିଲେ।

You may have missed