April 24, 2026

ଉମରକୋଟ ଠାରେ ଭାଜପା ର ବିଧାନସଭା ସ୍ତରିୟ ସଂଙ୍ଗଠନୀକ ସଭା ଅନୁଷ୍ଠିତ……..

IMG-20250713-WA0027
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସମସ୍ତ ମଣ୍ଡଳ ର କାର୍ଯ୍ୟକର୍ତା ଙ୍କୁ ନେଇ ଏକ ସଂଗଠନୀକ ବୌଠକ ର ଆୟୋଜନ ହୋଇଥିଲା । ବୌଠକ ର ମୂଖ୍ୟ ଉଦ୍ଧେଶ୍ୟ ଥିଲା ବର୍ତ୍ତମାନ ଓଡିଶାରେ ରାଜ୍ୟ ସଭାପତି ନିର୍ବାଚନ ସରିଛି ଏଥିରେ ମନମୋହନ ସାମଲ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇ ପୁନ୍ହ ରାଜ୍ୟ ଭାର ଗ୍ରହଣ କରିଛନ୍ତି । ରାଜ୍ୟବାସିଙ୍କ ଆଶା ଓ ଭରସା ଅଛି ଆଗାମି ଦିନରେ ମଧ୍ୟ ତାଙ୍କ ରି ନେତୃତ୍ଵରେ ପୁନ୍ହ ସରକାର ଗଢିବ । କିଛି ଦିନ ପୂର୍ବରୁ ମଣ୍ଡଳ ସ୍ତରରୁ ନେଇ ପ୍ରତି ବିଧାନସଭା ସ୍ତରରେ ଏହି ସାଂଗଂଠନିକ ନିର୍ବାଚନ ସରିସାରିଛି, ମଣ୍ଡଳ ବୁଥ୍ କମିଟି ଠାରୁ ମଣ୍ଡଳ କମିଟି ଗଢା ହୋଇସାରିଛି, ଆଗାମୀ ଭବିଷ୍ୟତ ରେ ଦଳର କଣ ରଣନୀତି ରହିବ ସମସ୍ତ ମଣ୍ଡଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତା ତଥା ମଣ୍ଡଳ ସ୍ତରରେ ନେତ୍ତୃତ୍ବ ନେଉଥିବା ନେତୃ ମଣ୍ଡଳୀ କୁ କିଭଳି ଗ୍ରାଉଣ୍ଡ ସ୍ତରରୁ ସଂଗଠନ କୁ ଆହୁରି ମଜବୁତ କରିବାକୁ ହେବ ଏସମସ୍ତ ବିଷୟରେ ଗୁରୁମନ୍ତ୍ର ଦେଇ ଥିଲେ ମାନ୍ୟବର ଉମରକୋଟ ବିଧାୟକ ତଥା ଓଡିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଏହି ବୈଠକରେ ଉପସ୍ଥିତ ଥିଲେ ଭାଜପାର ଓଡିଶା ରାଜ୍ୟ ସଂମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ସାଂସଦ ଙ୍କ ପଞ୍ଚାୟତ ପ୍ରତିନିଧି ବାସନ୍ତୀ ମାଝୀ, ମନ୍ତ୍ରୀ ଙ୍କ ପଞ୍ଚାୟତ ପ୍ରତିନିଧି ସନା ମାଝୀ, ରାଜ୍ୟ ଯୁବ ମୋର୍ଚା କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, ସୁଦର୍ଶନ ମାଝୀ ଏଭଳି ସମସ୍ତ ନେତୃ ବୃନ୍ଦ ଙ୍କ ସହ ସାତଟି ମଣ୍ଡଳ ର ଦେଢଶହ ରୁ ଉର୍ଦ୍ଧ କମିଟି ସଦସ୍ୟ ଉପସ୍ଥିତ ରହି ଏହି ସାଂଗଂଠନିକ ତାଲିମ କୁ ହୃଦୟଙ୍ଗମ କରିଥିଲେ ।