October 5, 2024

ସ୍ମୃତିର ଓଡିଶା ପକ୍ଷରୁ ୧୫ତମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଓ ରଥଯାତ୍ରା ସମ୍ମାନ ୨୦୨୪ ଅନୁଷ୍ଠିତ

Share

 

ପୁରୀ ମାଳିଯାଗା କମିଟି ର ସହଯୋଗ ରେ ସ୍ମୁତିର ଓଡିଶା ୧୫ତମ ଜାତୀୟ ରଥଯାତ୍ରା ଭଜନ ସମାରୋହ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ରଥଯାତ୍ରା ସମ୍ମାନ ୨୦୨୪ସମ୍ମାନରେ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯାଜପୁର ର ମାନ୍ୟବର ସାଂସଦ ଡକ୍ଟର ରବିନାରାୟଣ ବେହେରା, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଭଗବାନ ସୁଆର ଓ ସଭାପତି ଚିଡ଼ାତ୍ମିକା ଖଟୁଆ ପ୍ରମୁଖ ମଞ୍ଚାସିନ ଥିଲେ l ଓଡିଶା ର ନାମିଦାମୀ ସଂଗୀତଜ୍ଞ ଏହି ଭଜନ ସମାରୋହ ରେ ଭଜନ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ l ଏହି କାର୍ଯ୍ୟକ୍ରମ କୁ ରଜନୀକାନ୍ତ ମିଶ୍ର ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ