ଧନୁପାଲି ଅଳଙ୍କାର ଦୋକାନରୁ ଚୋରି,ଅଭିଯୁକ୍ତ ଗିରଫ

IMG-20240713-WA0006
Share

ସମ୍ବଲପୁର :୨୬ ଲକ୍ଷ ୪୮ ହଜାର ୮୪୬ ଟଙ୍କା ମୁଲ୍ୟର ୬ ଗୋଟି ସୁନା ଚେନ୍ କୁ ଜଣେ କର୍ମଚାରୀ ନେଇକି ଫେରାର ମାରିବା ଘଟଣାରେ ଅଭିଯୁକ୍ତକୁ ଧନୁପାଲି ପୋଲିସ ଗିରଫ କରିଛି। ଏହାସହ ଅଭିଯୁକ୍ତଙ୍କ ଠାରୁ ସୁନା ଚେନ୍ ଗୁଡିକ ଜବତ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଏସପି ହରେଶ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୁଚନା ମୁତାବକ ଗତ ୯ ତାରିଖ ରେ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା ଯେ ଭିଏସଏସ ମାର୍ଗ ସ୍ଥିତ ଜ୍ଜେଲେରୀ ୱାଇଲ୍ଡ ନାମକ ଏକ ଅଳଙ୍କାର ଦୋକାନରୁ ତାଙ୍କର ଅନ୍ୟ ଜଣେ ସହଯୋଗୀ ଅଳଙ୍କାର ଦୋକାନ ଇରା ଜ୍ଜେଲେର୍ସକୁ ୨୬ ଲକ୍ଷ ୪୮ ହଜାର ୮୪୬ ଟଙ୍କା ମୁଲ୍ୟର ୬ ଗୋଟି ସୁନା ଚେନ୍ କୁ ମନୋଜ ସର୍ମା ନାମକ ଜଣେ କର୍ମଚାରୀ ନେଇକି ଯାଇଥିଲା । ତେବେ ସେ ସୁନା ଚେନ୍ କୁ ଇରା ଜ୍ଜେଲେର୍ସକୁ କୁ ଦେବାକୁ ନଯାଇ କର୍ମଚାରୀ ଜଣକ ଫେରାର ମାରିଥିଲା। ଏନେଇ ଧନୁପାଲି ଥାନାରେ ଅଭିଯୋଗ ହେବାପରେ ପୋଲିସ ଅଭିଯୁକ୍ତ ମନୋଜ ସର୍ମା କୁ ଗିରଫ କରିବା ସହ ତା ନିକଟରୁ ସମସ୍ତ ୨୬ ଲକ୍ଷ ୪୮ ହଜାର ୮୪୬ ଟଙ୍କା ମୁଲ୍ୟର ସୁନା ଚେନ୍ କୁ ଜବତ କରିଥିବା ନେଇ ଅତିରିକ୍ତ ଏସପି ସୁଚନା ଦେଇଛନ୍ତି।