March 11, 2026

 ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୁକ୍ତା ଓ ଭତ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ea5e1bb1-110c-4b85-a047-3247fb9445d3
Share

ଆସିକା 13/07- ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମୁକ୍ତା ଓ ଭତ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରାଙ୍ଗଣରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼ ଙ୍କ ଅଧକ୍ଷତାରେ ମୁକ୍ତା ଓ ଭତ୍ତା (2.0)ଯାଜନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ଥିଲା ବେଳେ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଉପାଧକ୍ଷା ଜୟନ୍ତୀ ବିଷୋୟୀ, ସାଂସଦ ପ୍ରିତିନିଧି ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମୁକ୍ତା ଯୋଜନା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସହର ଉନ୍ନତିକରଣ ସକାଶେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଉନ୍ନତିକରଣ ପାଇଁ ଆସିଥିବା ମୋଟ 2,92,50000.00 ଟଙ୍କାର 41ଟି ପ୍ରକଳ୍ପ ମଧ୍ୟରୁ ଆଜି 36 ଗୋଟି ପ୍ରକଳ୍ପ ପାଇଁ 36 ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ସେହିଭଳି ମଧୁବାବୁ ପେନସନ ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ 9 ଜଣ ବିଧବା ଓ 10 ଜଣ ବିକଳାଙ୍ଗ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା lଆଜି ଏହି ସଭାରେ ଗୋବିନ୍ଦ ଵିଶୋଇ କାଉନସିଲର ନିଗମ ରାଉତ,ଭାସ୍କର ବେହେରା,ନିରଞ୍ଜନ ଜେନା(ଲାଲୁ) ,ବିଜୟଲକ୍ଷ୍ମୀ ବେହେରା,ସଂଯୁକ୍ତା ଶତପଥୀ ରୀନା ବେହେରା,ବାସନ୍ତି ପାତ୍ର, ମଦନମୋହନ ନାୟକ, ନିଳୀମା ପାତ୍ର,ଦୂର୍ଗାଵାଇ ବୈଠାରୁ, ବନ୍ଦିତା ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ
[20:03, 13/07/2023] Ganesh Bisoi Media: ମନୋଜ କୁମାର ସାହୁ