November 25, 2024

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ବିଜ୍ଞାପନ ନୀତି ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ବନ୍ଦ ହେବ

Share


ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥଙ୍କ ଉଦବେଗ
ଭୁବନେଶ୍ବର,(ନିପ୍ର) : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବାଦପତ୍ରମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବିଶେଷକରି ଗ୍ରାମାଞ୍ଚଳରେ ପ୍ରକାଶ ପାଉଥିବା ଛୋଟ ଛୋଟ ସମ୍ବାଦପତ୍ରମାନଙ୍କର ବି ପାଠକ ରହିଛନ୍ତି ତେବେ ଏଗୁଡ଼ିକ କ୍ରମାଗତ ଭାବେ ଅବହେଳା କରାଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ବିଷୟ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଉଦବେଗ ପ୍ରକାଶ କରିଛନ୍ତି ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ମିଶନ ବୋଲି ମୁଖ୍ୟମନ୍ତ୍ରୀ ନିକଟରେ କହିଥିବା ବେଳେ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କୁ ଉପଯୁକ୍ତ ସହାୟତା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ଏବଂ କ୍ରମାଗତ ଭାବେ ଅବହେଳାର ଶିକାର ହୋଇ ଆସୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଆପେ ଆପେ ବନ୍ଦ ହୋଇଯିବ ବୋଲି ସଭାପତି ଶ୍ରୀ ରଥ କହିଛନ୍ତି ବଡ଼ ବଡ଼ ସମ୍ବାଦପତ୍ର, ଇଲୋକ୍ଟ୍ରୋନିକ୍ସ ମିଡିଆ ଏବଂ ଇଂରାଜୀ ଖବର କାଗଜଗୁଡ଼ିକୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଥିବା ବେଳେ ଛୋଟ ଛୋଟ ସମ୍ବାଦପତ୍ର ଗୁଡ଼ିକୁ ହେୟଜ୍ଞାନ କରିବା ଅତ୍ୟନ୍ତ ପରିତାପର ବିଷୟ ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଅନୁମୋଦିତ ହୋଇଥିବା ସମ୍ବାଦପତ୍ରଗୁଡ଼ିକର ବାଷିର୍କ ଉତ୍ସବରେ ପ୍ରୋତ୍ସାହନ ନିମନ୍ତେ ଏକ ବିଜ୍ଞାପନ ପ୍ରଦାନ କରିବା ବିଧି ରହିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଏହି ସମସ୍ତ ବ୍ୟବସ୍ଥାକୁ ଉଲ୍ଲଂଘନ କରି ବିଜ୍ଞାପନ ପ୍ରଦାନ ବନ୍ଦ କରି ଦେଇଛନ୍ତି ବଡ଼ ବଡ଼ ବୋଲାଉଥିବା ସମ୍ବାଦପତ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ପ୍ରଚାର ପାଇଁ ଲକ୍ଷାଧିକ ଟଙ୍କାର ବିଜ୍ଞାପନ ଦେଉଥିବା ବେଳେ କର୍ପୋରେଟ ହାଉସ ମଧ୍ୟ ସେମାନଙ୍କୁ ବିପୁଳ ପରିମାଣର ବିଜ୍ଞାପନ ପ୍ରଦାନ କରିଥାନ୍ତି ଅପରପକ୍ଷରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କେବଳ ସରକାରୀ ବିଜ୍ଞାପନ ଉପରେ ନର୍ିଭର କରିଥାନ୍ତି ଏହି ବ୍ୟବସ୍ଥା ହୋଇଗଲେ ସମ୍ବାଦପତ୍ରଗୁଡ଼ିକ ପ୍ରକାଶନରେ ବାଧା ସୃଷ୍ଟି କରିବ ପୂର୍ବରୁ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେକୌଣସି ପଞ୍ଜିକୃତ ସମ୍ବାଦପତ୍ର ବାଷିର୍କ ଉତ୍ସବ ପାଇଁ ନିବେଦନ କଲେ ଦୁଇ ହଜାର ଟଙ୍କାର ବିଜ୍ଞାପନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥାଏ ପରବର୍ତ୍ତୀ କାଳରେ ଲୋକ ସମ୍ପର୍କ ବିଭାଗର ଅନୁମୋଦନ ପାଇଥିବା ସମ୍ବାଦପତ୍ରଗୁଡ଼ିକୁ ବାଷିର୍କ ଉତ୍ସବରେ ବିଜ୍ଞାପନ ପ୍ରଦାନ କରାଯାଉଥିଲା ତାହା ମଧ୍ୟ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର `ନବୀନ’ର 94ତମ ସ୍ବନକ୍ଷତ୍ର ଉତ୍ସବ ଓ କଟକରୁ ପ୍ରକାଶ ପାଉଥିବା `କଳିଙ୍ଗପ୍ରଭା’ର ବାଷିର୍କ ଉତ୍ସବ ଭଳି ବହୁ ସମ୍ବାଦପତ୍ର ବିଜ୍ଞାପନ ନିମନ୍ତେ ଆବେଦନ କରିଥିଲେ ମଧ୍ୟ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଘୋଷିତ ଭାବେ ସ୍ବନକ୍ଷତ୍ର ଉତ୍ସବ ବିଜ୍ଞାପନ ବନ୍ଦ କରି ଦେଇଥିବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ଜାତୀୟ ଦିବସ, ଦୁର୍ଗା ପୂଜା ଓ ଉକଳ ଦିବସରେ ସରକାରଙ୍କ ପକ୍ଷରୁ 850 ସ୍କ୍ବାୟାର ସିଏମର କ୍ଲାସିଫାଇଡ୍‌ ବିଜ୍ଞାପନ ପ୍ରଦାନ କରାଯାଉଥିଲା ତାହା ମଧ୍ୟ ବର୍ତ୍ତମାନ ଦିଆଯାଉନାହିଁ ରାଜ୍ୟ ଲୋକ ସମ୍ପର୍କ ବିଭାଗ ଡିଏଭିପିର ବିଜ୍ଞାପନ ଦେୟ ପ୍ରକାରେ ଅନୁମୋଦିତ ସମ୍ବାଦପତ୍ରଗୁଡ଼ିକୁ ମିଳିବା କଥା କିଛି ନିଦ୍ଦିର୍ଷ୍ଟ ସମ୍ବାଦପତ୍ରଗୁଡ଼ିକୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଦିଆଯାଉନାହିଁ ଜିଏସଟି ନମ୍ବରର ଆଳ ଦେଖାଇ କେତେକ ଖବରକାଗଜରେ ପ୍ରକାଶିତ ବିଜ୍ଞାପନ ଦେୟ ଅଦ୍ୟାବଧି ମିଳିନାହିଁ ବର୍ଷ ବର୍ଷ ଧରି ନିବେଦନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ କେତେକ ସମ୍ବାଦପତ୍ର ଅନୁମୋଦନ ପାଇଁ ବିଭାଗରେ ପଡ଼ି ରହିଥିଲେ ମଧ୍ୟ ସେଗୁଡ଼ିକୁ କାଯର୍‌ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ ଯଦି ସେମାନଙ୍କର ଆବଶ୍ୟକୀୟ କାଗଜପତ୍ର ନଥିବ ତାହାକୁ ନାକଚ କରିବା କଥା, ତାହା ମଧ୍ୟ କରାଯାଉନାହିଁ ପୂର୍ବରୁ ଜିଲ୍ଲାପାଳମାନେ କିଛି କିଛି ବିଜ୍ଞାପନ ପ୍ରଦାନ କରୁଥିଲେ ବର୍ତ୍ତମାନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପତ୍ର ଅନୁଯାୟୀ ସେମାନେ ମଧ୍ୟ କୌଣସି ସମ୍ବାଦପତ୍ରକୁ ବିଜ୍ଞାପନ ଦେଉନାହାନ୍ତି ଅପରପକ୍ଷରେ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକମାନଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଆରଏନଆଇ ଦ୍ବାରା ପଞ୍ଜିକୃତ ହୋଇଥିବା ଏବଂ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଦାବି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ଓଡ଼ିଶାରେ 5-ଟି ଶାସନ ଚାଲିଥିବା ବେଳେ କିଭଳି ଭାବେ କିଭଳି ଭାବେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ତାହା ବାସ୍ତବରେ ଅତ୍ୟନ୍ତ ନିନ୍ଦନୀୟ ଘଟଣା ତେଣୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ଦାବି ହେଉଛି