November 25, 2024

ସେପଟେ ସବୁଜ ସଂକେତ ପରେ ଚନ୍ଦ୍ର ଙ୍କ ଅଂଚଳ ଗସ୍ତ ଆରମ୍ବ ହୋଇଥିବା ବେଳେ ଏ ପଟେ କଂଗ୍ରେସ ର ବୂଥ ସ୍ତରୀୟ ବୈଠକ

Share

ସେପଟେ ସବୁଜ ସଂକେତ ପରେ ଚନ୍ଦ୍ର ଙ୍କ ଅଂଚଳ ଗସ୍ତ ଆରମ୍ବ ହୋଇଥିବା ବେଳେ ଏ ପଟେ କଂଗ୍ରେସ ର ବୂଥ ସ୍ତରୀୟ ବୈଠକ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ମୁର୍ତ୍ତା ହାଣ୍ଡି. ଛତର୍ଲା ର ମାଝୀ ଗୁଡା. ମକା ଗାଁ.ଟିକରା ଗୁଡା. ଆମ୍ବ ଗାଁ ସମେତ ବିଭିନ୍ନ ଗ୍ରାମ କୁ ଏସଡିସି ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ ଗସ୍ତ କରି ଜଗନ୍ନାଥ ମନ୍ଦିର. କାଙ୍କା ଲୁଣି. ମନ୍ଦିର କୁ ସେ ଦେଇଥିବା ଅନୁଦାନ ଗୁଡିକ ଠିକ ରେ କାମ ହେଉଛି ନା ନାହିଁ ତଦାରଖ କରି ଥିଲେ ଏବଂ କେତକ ମନ୍ଦିର କୁ ପାଣ୍ଠି ଯୋଗାଇବେ ବୋଲି ପ୍ରତି ସୃତି ଦେଇ ଥିବା ଜଣା ଯାଇଛି. ଦଳୀୟ ହାଇ କମାଣ୍ଡ ଙ୍କ ଠାରୁ ଟିକଟ ପାଇବାର ସବୁଜ ସଂକେତ ପାଇବା ପରେ ଶ୍ରୀ ମାଝୀ ଅଂଚଳ ବୁଲିବା ଆରମ୍ଭ କରି ଦେଇ ଥିବା ଜଣା ଯାଇଛି. ଅନ୍ୟ ପକ୍ଷ ରେ କଂଗ୍ରେସ ଦଳ ମଧ୍ୟ ଦୀର୍ଘ ଦିନ ଧରି ନିରଵ ରହିବା ପରେ ସ୍ଥାନିୟ ଡାକ ବଙ୍ଗଳା ଠାରେ ପୌରାଧକ୍ଷ ଏମ ସଙ୍କର ରାଓ. ସକୀର ହୁସେନ. ମୋନହର ବିଶୋଇ ବୂଥ ସ୍ତରୀ ୟ ବୈଠକ କରିଛନ୍ତି. ବ୍ଲକ କଂଗ୍ରେସ ସଭା ପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କେତକ ନେତା ଓ କର୍ମୀ ଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ରାଜଧାନୀ ଯାଇ ଥିବା ବେଳେ ଏହି ବୂଥ କମିଟି ବୈଠକ ସଭା ପତି ଙ୍କ ଅନୁପସ୍ଥିତି ଓ କୌଣସି ସ୍ଥାନୀୟ ନେତା ବା କର୍ମୀ ଙ୍କୁ ନ ଜଣେଇ କରିଥିବାରୁ ଦଳରେ ଅସନ୍ତୋଷ ଆରମ୍ବ ହୋଇ ଯାଇ ଥିବା ଜଣା ଯାଇଛି. କଂଗ୍ରେସ ଦଳର ନେତା ମାନେ ଆମେ ସମସ୍ତେ ଏକ ଅଛୁ ବୋଲି ବୋଲେଇ ହୋଉଥିବା ବେଳେ ସଦର ମହକୁମା ରେ ବୈଠକ ହେଲା କିନ୍ତୁ କାହାକୁ ଅବଗତ କରାଗଲା ନାହିଁ ଏଥିରୁ ସ୍ପଷ୍ଟ ହୋଇଗଲା ଯେ ଦଳ ରେ ଗୋଷ୍ଠୀ ବିବାଦ ରହିଛି କି ନାହିଁ ଏ ନେଇ କର୍ମୀ ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ ଙ୍କୁ ଯୋଗା ଯୋଗା କରିବାରୁ ଦଳୀୟ ପ୍ରାର୍ଥ ଙ୍କୁ ଅଡୁଆ ରେ ପକେଇବା ସହ ଦଳ ର କର୍ମୀ ଓ ନେତା ଙ୍କ ମଧ୍ୟ ରେ ବିବାଦ. ମତାନ୍ତର ମନାନ୍ତର ସୃଷ୍ଟି କରିବା ପାଇଁ ଏ ସବୁ ବୈଠକ ମାନ ଠିକା ନେତା ଙ୍କ ନେତୃତ୍ୱ ରେ କରା ଯାଉ ଅଛି. ବୋଲି ସୂଚନା ପ୍ରଦାନ କରିଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I