June 8, 2026

ପୂର୍ବତନ ବାଚସ୍ପତି ଙ୍କ ସହଧର୍ମିଣୀଙ୍କ ପରଲୋକ ————-L

IMG-20230713-WA0005
Share

ପୂର୍ବତନ ବାଚସ୍ପତି ଙ୍କ ସହଧର୍ମିଣୀଙ୍କ ପରଲୋକ ————-——-
(ସନ୍ତୋଷ କୁମାର ପ୍ରଧାନ)
ଚିକିଟି——
ଗଂଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଧର୍ମପତ୍ନୀ ସରୋଜିନୀ ଦ୍ୟାନ ସାମନ୍ତରା ( 77) ଙ୍କ ପରଲୋକ ଘଟିଛି।
ସରୋଜିନୀ ହଠାତ୍ ସାଢ଼େ 4ଟା ବେଳେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ପାଇଁ ଗାଡ଼ିରେ ବସାଇବା ସମୟରେ ମେଡିକାଲ ପରିସରରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳେ ପୁଅ ରବିନ୍ଦ୍ର ଦ୍ୟାନ ସାମନ୍ତରା, ମନୋରଞ୍ଜନ ଦ୍ୟାନ ସାମନ୍ତରା, ସୁରେଶ ଦ୍ୟାନ ସାମନ୍ତରା,ଓ ନାତି ମାରୁତି ଦ୍ୟାନ ସାମନ୍ତରା ଉପସ୍ଥିତ ଥିଲେ। ସରୋଜିନୀଙ୍କ ବିୟୋଗରେ ଗଂଜାମ ଜିଲ୍ଲାର ବିଭିନ୍ନ ମହଲରୁ ଶୋକରଛାୟା ଖେଳିଯାଇଛି।