June 17, 2026

ନୂତନ ଅତିରିକ୍ତ ଏସ୍ ପି ଙ୍କ ଶାରଳାଦର୍ଶନ

IMG-20230713-WA0018
Share

ନୂତନ ଅତିରିକ୍ତ ଏସ୍ ପି ଙ୍କ ଶାରଳାଦର୍ଶନ
====================
ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲାରେ ନୂତନ ଅତିରିକ୍ତ ଏସ୍ ପି ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜୟନ୍ତ କୁମାର ମହାପାତ୍ର ଗତ ବୁଧବାର ଦିନ ପୂର୍ବାହ୍ନ ରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ପୀଠରେ ପହଞ୍ଚିବା ପରେ, ମାଆଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିଥିଲେ।ଏହି
ଅବସରରେ ତାଙ୍କୁ ମନ୍ଦିରର ସେବାୟତ ମାନଙ୍କ ତରଫରୁ ମାଆଙ୍କ ଉତ୍ତରୀୟ ଓ ଉଲାଗି ମାଳ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। କେତେକ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତରେ ସେ କହିଲେ ଯେ, ଜଣେ କର୍ତ୍ତବ୍ୟନିଷ୍ଟ ପୋଲିସ ଭାବରେ ଜିଲ୍ଲାର ଆଇନୀଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣାଧୀନ ରଖିବା ମୋର ପ୍ରଥମ ଦାୟିତ୍ଵ, ବିଶେଷ କରି ପୋଲିସ ହେଉଛି ଜନସାଧାରଣଙ୍କର ବନ୍ଧୁ, ତେଣୁ ବନ୍ଧୁଭାବରେ ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ କରିବା ଓ ସେମାନଙ୍କୁ ଯଥାର୍ଥ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ , ଆଜି ମା’ ଶାରଳା ଙ୍କ ଦର୍ଶନକରି , ତାଙ୍କପାଖରୁ ଏଇ ଆଶୀର୍ବାଦ ଭିକ୍ଷା କରିଛି !ପରେ ପରେ ସେ ପ୍ରସିଦ୍ଧ ବିଭୂତିକ୍ଷେତ୍ର ରେ ବାବା ଗୋରେଖନାଥ ଙ୍କର ଦର୍ଶନ ମଧ୍ଯ କରି ଜିଲ୍ଲା ସଦର ମହକୁମାକୁ ଫେରିଯାଇଥିଲେ !
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା !

You may have missed