ସକାଳର ଖବର,
*╭──────────────────╮*
*🌄ସକାଳର ଖବର, ୧୩-ଜୁଲାଇ-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ଆରମ୍ଭ କାଉଣ୍ଟଡାଉନ, ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରଯାନ-୩। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩କୁ ଏଲଭିଏମ-ଏମକେ୪ ରକେଟରୁ ଲଞ୍ଚ କରାଯିବ।
➡️୨-ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ବିରୋଧୀ କଲେ ଟାର୍ଗେଟ୍ l ସେପଟେ ଅଗଷ୍ଟ ୧୫ରେ ନୂଆ ସ୍କୁଲ ୟୁନିଫର୍ମ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
➡️୩-କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା କଲେ ମଞ୍ଜୁର l
➡️୪-ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ମିଳିଲା ୭୦୭ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ । କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସକ୍ରମେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଗତକାଲି ଏହି ଅନୁଦାନ ରାଶି ଜାରି କରାଯାଇଛି ।
➡️୫-ଚଳିତ ମାସରେ ଆସୁଛି ଦୁଇଟି ଲଘୁଚାପ,୧୮ରୁ ୨୧ ମଧ୍ୟରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ସେହିପରି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
➡️୬-ଦୟାୱେଷ୍ଟ କେନାଲ ଦୁଇକଡ଼ ଦେଇ ଯିବାକୁ ଥିବା ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ଡ୍ରୋନ୍ ସର୍ଭେ ହେବ। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮କିମି ବନ୍ଧରେ କେତେ ଜବରଦଖଲ ଅଛି? କେତେ ଖାଲି ଜାଗା ଅଛି? କେତେ ବସ୍ତି ଅଛି? କି କି ପ୍ରକାରର ନିର୍ମାଣ ଅଛି? ଏସବୁର ସର୍ଭେ କରିବ ଡ୍ରୋନ୍ l
➡️୭-ଡ଼େଙ୍ଗୁ ନିରାକରଣ ପାଇଁ ବସିଲା ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ଜୁଲାଇ ୧୦ ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଘରକୁ ଘର ବୁଲି ରୋଗୀ ଚିହ୍ନଟ ଅଭିଯାନ l
➡️୮-ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟମାନଙ୍କୁ 7532 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର l
➡️୯-ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) କ୍ୟାମ୍ପସ ପରିସରରେ ଯାନବାହନ ଚଳାଚଳ ହେଲା ମନା । ଉଭୟ ଦୁଇ ଓ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ ଲାଗିଲା କଟକଣା।
➡️୧୦-ଭକ୍ତ ଓ ଭଗବାନଙ୍କ ଅଦୃଶ୍ୟ ବନ୍ଧନ ଉପରେ ଆଧାରିତ ଫିଲ୍ମ OMG 2କୁ ମିଳିଲାନି ସେନ୍ସର ବୋର୍ଡର ଅନୁମତି l ତେବେ କ’ଣ ପରିବର୍ତ୍ତନ ହେବ ଏବଂ ଫିଲ୍ମର କେଉଁ ସିନ୍ କଟାଯିବ ତାହା ଉପରେ ଶେଷ ନିଷ୍ପତ୍ତି ରିଭ୍ୟୁ କମିଟି କରିବେ।
➡️୧୧-ଦିଲ୍ଲୀରେ ବାବା ବାଗେଶ୍ବରଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଯୋଗୁଁ ପରିସ୍ଥିତି ଅସମ୍ଭାଳ, ୧୦ ଆହତ l
➡️୧୨-ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତି ହେଲେ ନିଯୁକ୍ତ, ମୋଟ ୩୪ ଜଜ୍ଙ୍କ ମଧ୍ୟରୁ ୩୨ ଆସନ ହେଲା ପୂର୍ଣ୍ଣ l
➡️୧୩-ଶାରୀରିକ ସମ୍ପର୍କ ରଖିବା ବେଳେ ଲାଗିଥିବା ଆଘାତ ନେଲା କୁନୋରେ ଆଉ ଏକ ଅଣ୍ଡିରା ଚିତା ତେଜସର ଜୀବନ l
➡️୧୪-ଉତ୍ତର ପ୍ରଦେଶର ବହୁ ଜିଲ୍ଲାରେ କାଉଡି ଯାତ୍ରା କାରଣରୁ ମାଂସ ଦୋକାନ ହେଲା ବନ୍ଦ l
➡️୧୫-ପଶ୍ଚିମବଙ୍ଗରେ ସଦ୍ୟସମାପ୍ତ ପଞ୍ଚାୟତ ନିର୍ବାଚନ ଏବଂ ଏହାର ଫଳାଫଳ ଘୋଷଣା ଚୂଡ଼ାନ୍ତ ଆଦେଶ ଅନୁଯାୟୀ ହେବ l ଏ ନେଇ କାଲକାଟା ହାଇକୋର୍ଟ ଦେଲେ ସୂଚନା l
➡️୧୬-କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜାମୁଦ୍ଦିନ ଇଷ୍ଟ୍ରେ ଏକ ୩ ବିଏଚ୍କେ ଫ୍ଲାଟରେ ରହିପାରନ୍ତି। ଉକ୍ତ ଫ୍ଲାଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ପରିବାରର।
➡️୧୭-ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ବିପଦ ସୃଷ୍ଟି କରିଛି ଯମୁନା ନଦୀ। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ ଅଞ୍ଚଳରେ ପଶିବା ହେଲା ଆରମ୍ଭ l
➡️୧୮-ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍ ରେ ଇଣ୍ଡିଜ୍ ୧୫୦ରେ ଅଲ୍ଆଉଟ, ଭାରତ୮୦/୦ l ରବିଚନ୍ଦ୍ରନ୍ ଅଶ୍ବିନ ୫ଟି ୱିକେଟ ନେବାରୁ ଚା’ପାନ ବିରତି ପରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୫୦ରନ କରି ଅଲ୍ଆଉଟ ହୋଇଯାଇଛି ।
➡️୧୯-ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡ଼ାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଚମକିଲେ ୩ ଓଡ଼ିଆ ଝିଅ: ଜ୍ୟୋତ୍ସ୍ନା, ମୀନାଙ୍କୁ ସ୍ବର୍ଣ୍ଣ, ଝିଲ୍ଲୀ ଜିତିଲେ ରୌପ୍ୟ l
➡️୨୦-ଦେଓଧର ଟ୍ରଫି ୨୦୨୩ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ l ଏହି ଟୁର୍ନାମେଣ୍ଟ ଜୁଲାଇ ୨୪ ରୁ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ଉତ୍ତର ଜୋନ ଏବଂ ଦକ୍ଷିଣ ଜୋନ ମଧ୍ୟରେ ଖେଳାଯିବ।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି କାମଦା ଏକାଦଶୀ ll*
*🔅ଆଜି କାଶ୍ମୀର ଶହୀଦ ଦିବସ ll*
*🔅ଆଜି ଜାତୀୟ ନାଇଟ୍ରୋଜେନ ଆଇସକ୍ରିମ ଦିବସ ll*
*🔅ଆଜି ବାଳାଶ୍ରମ ସଂଗୀତ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ଫରାସୀ ତରକାରୀ ଦିବସ ll*
*🔅ବିଶ୍ୱକପ୍ ଫୁଟବଲ୍ ଦିବସ – (ବାର୍ଷିକୀ ପାଳନ) ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*