September 21, 2024

କୁନ୍ଦୁରା ବ୍ଲକ ଡମ୍ବ ସାମାଜ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କାର, ଓ ସ୍ୱାବଲମ୍ବନ ସଚେତନତାକୁ ନେଇ ପ୍ରସ୍ତୁତି ବୈଠକ

Share

l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା ୧୩/୬/ କୁନ୍ଦୁରା ବ୍ଲକ ସ୍ଥିତ ସାଗର ଗୁଡା ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଠାରେ ବ୍ଲକ ଡମ୍ବ ସାମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସଭପତି ଚନ୍ଦ୍ର ସଗରିଆ ସଭାପତିତ୍ବ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ସାମାଜରେ ଦଳିତ ଡମ୍ବ ଜାତିକୁ ଅନ୍ୟ ସମସ୍ତ ଜାତି ନୀଚ ଓ ଘୃଣା ଭାବେ ସବୁବେଳେ ଦେଖି ଆସୁଛନ୍ତି l ଏଣୁ ଅନ୍ୟ ସାମାଜ ସହ ସମକକ୍ଷ ହୋଇ ଚଳିବା ପାଇଁ ଆଜକୁ 20 ବର୍ଷ ତଳେ ବ୍ଲକ ସ୍ତରରେ ଏକ ସଂଗଠନ ଗଠନ କରି ଆଜିର ପ୍ରତି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସାମାଜ ଗଠନ ଓ ସୁ- ପରିଚାଳନା କରିବାରେ ସଫଳ ହୋଇଛି ବ୍ଲକ ସଂଗଠନ l ସାମାଜର ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା, ଏକୋଇଶିଆ,ମଲାଘର, ଦଶାହ କାର୍ଯ୍ୟ, ବାହାଘର, ଆଦିରେ ସେ ଦିନର ସମାଜରେ ଚଳଣିକୁ ନେଇ ନୀତି ନିୟମ ନିର୍ଧାରଣ କରାଯାଇଥିଲା l କିନ୍ତୁ 20 ବର୍ଷ ତଳର ଏ ସବୁ ନୀତିନିୟମ ରେ କିଛି ପରିବର୍ତ୍ତନ କରିବା ପାଇଁ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସମସ୍ତ ପଞ୍ଚାୟତ କମିଟିଙ୍କ ଉପସ୍ଥିତିରେ ପ୍ରତିଟି ସାମାଜିକ କାର୍ଯ୍ୟରେ ନିୟମ ଗୁଡ଼ିକ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି l ଏ ସବୁ ନୀତି ନିୟମ ଗୁଡ଼ିକ ବ୍ଲକର ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ଓ ବ୍ଲକ ପରିଚାଳନା କମିଟି ରେ କିଛି ନୂତନ ସଦସ୍ଯଙ୍କୁ ସାମିଲ କରାଯାଇଛି ସେ ନାମ ଘୋଷଣା  କରାଯିବ ଉଦ୍ଦେଷ୍ୟରେ ଆସନ୍ତା ରବିବାର ଦିନ ବ୍ଲକ ସ୍ତରୀୟ ବୈଠକ କରାଯାଇ ସମାଜିକ କାର୍ଯ୍ୟ ଗୁଡ଼ିକର ପରିବର୍ତ୍ତନ କରାଯାଇଥିବା ନୀତି ନିୟମ ଗୁଡ଼ିକ ଉପସ୍ଥାପନା ଓ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କାର ଓ ସ୍ୱାବଲମ୍ବନ କୁ ନେଇ ସଚତେନତା କରାଯିବ ବୋଲି ସୂଚନା ଦେଇଛନ୍ତି ସମ୍ପାଦକ ତ୍ରିନାଥ ହରିଜନ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଗୁପ୍ତ ଜଢକମିଆ, ଗୁପ୍ତ ହରିଜନ, କୃଷ୍ଣ ଚନ୍ଦ୍ର ନାୟକ, ଙ୍କ ସମେତ ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l