April 28, 2026

ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ l

IMG-20230613-WA0018
Share

ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ l

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା ୧୩/୬  ଆଜି କୁନ୍ଦୁରା ବ୍ଲକର  ଭୂଷାଙ୍ଗ ଗୁଡା ପଞ୍ଚାୟତର କଟାରୀପୁଟ ଓ ଗାଦବାଗୁଡା, ରାଣୀ ଗୁଡା ପଞ୍ଚାୟତର ଶିଉନି ଗୁଡା ଓ କୁନ୍ଦୁରା ପଞ୍ଚାୟତର ଜିରାଗୁଡା ଏବଂ କେନ୍ଦୁଗୁଡା ଆଦି ଗାଁ ରେ ଗାଁ ହୁଣ୍ଡି ଠାକୁରାଣୀ ମନ୍ଦିର ଗୁଡିକର ସୌନ୍ଦର୍ଯ୍ଯକରଣ ନିମନ୍ତେ ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି l କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ବିଧାୟୀକା ପଦ୍ମିନୀ ଦିଆନ, ଆଇ ଟି ଡି ଏ. ଆସିଷ୍ଟାଣ୍ଟ ଇଞ୍ଜିନିୟର, ବ୍ଲକ bjd ସଭାପତି ବୃନ୍ଦାବନ ମଲ୍ଲିକ, ମିଡିଆ ସେଲ୍ ସଭାପତି ଧନୁର୍ଯୟ ଗଣ୍ଡା,  ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ସାମିଲ୍ ହୋଇଥିଲେ l ଉପରୋକ୍ତ ପ୍ରତିଟି ଗାଁ ହୁଣ୍ଡିରେ ଯାଇ ଗାଁ ଲୋକେଙ୍କ ସହ ଆଲୋଚନା କରି ପୂଜାର୍ଚ୍ଚନା କରିବା ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ l କୁନ୍ଦୁରା ବ୍ଲକର ୧୬ ଟି ପଞ୍ଚାୟତରେ ଗ୍ରାମଦେବୀ (ଗାଁ ହୁଣ୍ଡି ଘର) ଗୁଡ଼ିକର ନିର୍ମାଣ ନିମନ୍ତେ ପ୍ରତି ପଞ୍ଚାୟତକୁ ଦେଢ଼ ଲକ୍ଷ ଟଙ୍କା ହିସାବରେ ସର୍ବମୋଟ ୨୪ ଲକ୍ଷ ଟଙ୍କା ଆଇ ଟି ଡି ଏ ତରଫରୁ ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ l ସରକାରଙ୍କ ତରଫରୁ ଗାଁ ରେ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ଯ ହୋଇ ଆସୁଛି କିନ୍ତୁ ଗାଁର ମୁଖ୍ୟ ପ୍ରତିଟି ପରିବାରର ଭଲମନ୍ଦ, ଦୁଃଖସୁଖରେ ହେଉ କି ମାଙ୍ଗଳିକ କାର୍ଯ୍ୟ, ପର୍ବପର୍ବାଣୀ, ଚାଷବାସ, ଜାନି ଯାତ୍ରା ଆଦି କରିବାକୁ  ଗ୍ରାମଦେବୀଙ୍କ ମେଲାଣି ନେବାକୁ ପଡୁ ଥିବା ଗାଁ ହୁଣ୍ଡି ଗୁଡ଼ିକର ନିର୍ମାଣ ଓ ଉନ୍ନତି କରଣ ନିମନ୍ତେ ବ୍ୟବସ୍ଥା ନ ଥିଲା ତେଣୁ ଏହି ନୂତନ ଯୋଜନାକୁ ପ୍ରତି ଗାଁରେ ସ୍ଵାଗତ କରିବା ସହ ଖୁସି ପ୍ରକଟ କରିଛନ୍ତି ଓ ଓଡ଼ିଶା ସରକାରକୁ ଧନ୍ୟବାଦ ଜଣାଇଛନ୍ତି l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l